ଲୋକସଭା ନିର୍ବାଚନ ଲଢ଼ିବେ ଶରଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ଏନ୍‌ସିପି ମୁଖିଆ ଶରଦ ପାୱାର ଆଗାମୀ ଲୋକସଭା ନିର୍ବାଚନ ଲଢିବାକୁ ମନସ୍ଥିର କରିଛନ୍ତି । ପୂର୍ବରୁ ନିର୍ବାଚନ ନ ଲଢିବାର ସୂଚନା ଦେଉଥିବା ଶରଦ କହିଛନ୍ତି ଯେ, ସେ ମହାରାଷ୍ଟ୍ରର ମାଢା ସଂସଦୀୟ ଆସନରୁ ନିର୍ବାଚନ ଲଢିପାରନ୍ତି । ତେବେ ଏଥର ତାଙ୍କ ପରିବାରର କୌଣସି ସଦସ୍ୟ ନିର୍ବାଚନ ଲଢିବେ ନାହିଁ ।
ପରିବାରବାଦ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ଶରଦ କହିଛନ୍ତି ଯେ, ଅଜିତ ପାୱାର, ପାର୍ଥ ପାୱାର, ରୋହିତ ପାୱାର କେହି ଏଥର ନିର୍ବାଚନ ଲଢିବେ ନାହିଁ । ନାତି ରୋହିତ ନିର୍ବାଚନ ଲଢିବାର ଖବରକୁ ମଧ୍ୟ ସେ ଖନ୍ଦନ କରିଛନ୍ତି । ମଙ୍ଗଳବାର ଲୋକସଭା ନିର୍ବାଚନ ପାଇଁ ନିଜ ଦଳର ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲେ ଶରଦ । ନିଜ ଦଳର ନେତାମାନଙ୍କୁ ସୂଚନା ଦେଇ ସେ କହିଥିଲେ ଯେ, ବର୍ତ୍ତମାନ ମାଢା ଆସନର ଆମ ସାସଂଦ ବିଜୟ ସିଂ ମୋହିତେ ପାଟିଲ ମୋତେ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*