ଲୋକସଭା ନିର୍ବାଚନ ପ୍ରଚାର:ମମତା, ଚନ୍ଦ୍ରବାବୁଙ୍କ ଉପରେ କେଜ୍ରିଙ୍କ ନଜର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସି
ନୂଆଦିଲ୍ଲୀ
ଦିଲ୍ଲୀ ଲୋକସଭା ପାଇଁ କଂଗ୍ରେସ ସହ ଗଠବନ୍ଧନ ବାତିଲ ହେବା ପରେ ଶନିବାର ଆପ୍‌ ପକ୍ଷରୁ ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା । ଏବେ ଦଳ ନିର୍ବାଚନ ପ୍ରଚାର ପାଇଁ ମଧ୍ୟ ବାହାରିଛି । ତେବେ ପ୍ରଚାରରେ କାହାକୁ ଷ୍ଟାର ପ୍ରଚାରକ ଭାବେ ସାମିଲ କରାଯିବ ସେନେଇ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି । ଆଉ କୁହାଯାଉଛି ଯେ ଭାଜପାକୁ ଚେକମେଟ ପାଇଁ ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ ଏବେ ନଜର ପକାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଉପରେ । ସେହିପରି ଦଳ ବିଦ୍ରୋହୀ ଭାଜପା ସାଂସଦ ଶତ୍ରୁଘ୍ନ ସିହ୍ନା ଏବଂ ଦଳ ଛାଡ଼ିଥିବା ବରିଷ୍ଠ ଭାଜପା ନେତା ୟଶବନ୍ତ ସିହ୍ନାଙ୍କ ଉପରେ ମଧ୍ୟ କେଜ୍ରି ନଜର ରଖିଛନ୍ତି ।
ଆପର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ନୂଆଦିଲ୍ଲୀର ୭ଟି ଲୋକସଭା ଆସନ ନିମନ୍ତେ କେଉଁମାନେ ପ୍ରଚାର କରିବେ ତାହାର ଏକ ତାଲିକା ବର୍ତ୍ତମାନ ପ୍ରସ୍ତୁତ ଚାଲିଛି । ଏହା ଚୂଡ଼ାନ୍ତ ହୋଇନାହିଁ । ଆମେ ଅନ୍ୟ ଦଳର କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଏହି ପ୍ରଚାରରେ ସାମିଲ କରିବାର ଲକ୍ଷ୍ୟ ରଖିଛୁ । ସେମାନଙ୍କୁ ଲୋକସଭା ନିର୍ବାଚନ ପାଇଁ ଆମ ସପକ୍ଷରେ ପ୍ରଚାର ନିମନ୍ତେ ଅନୁରୋଧ କରିବୁ । ଏହି ତାଲିକାରେ ଚନ୍ଦ୍ରବାବୁ, ମମତା, ଶତ୍ରୁଘ୍ନ, ୟଶବନ୍ତଙ୍କ ନାମ ରହିଥିଲାବେଳେ କମଲାହସନ ଏବଂ ପ୍ରକାଶ ରାଜଙ୍କୁ ମଧ୍ୟ ଆମେ ଡାକିପାରୁ । ଶରଦ ଯାଦବ, ଶରଦ ପାୱାର, ସୀତାରାମ ୟେଚୁରୀ ମଧ୍ୟ ପ୍ରଚାର କରିପାରନ୍ତି ଆମ ପାଇଁ । ନିଜେ କେଜ୍ରିୱାଲ ଖାଲି ଦିଲ୍ଲୀ ନୁହେଁ ହରିୟାଣାରେ ମଧ୍ୟ ପ୍ରଚାର ଦାୟିତ୍ୱ ସମ୍ଭାଳିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*