ଲୋକସଭା ନିର୍ବାଚନ ପାଇଁ ଦଳୀୟ ନିଷ୍ପତ୍ତି ମାୟାଙ୍କ ଫଟୋଠାରୁ ନିଜର ବଡ଼ ଫଟୋ ଲଗାଇଲେ ଦଳରୁ ହେବେ ବିଦା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲକ୍ଷ୍ନୌ
ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଚାର ପ୍ରସାର ସାମଗ୍ରୀ ଛପାଇବା ଏବଂ ଏହାକୁ ଲଗାଇବା ନେଇ ବସପା ପକ୍ଷରୁ ଦିଶା ନିଦେ୍ର୍ଦଶ ପ୍ରସ୍ତୁତ ହୋଇଛି । ହୋର୍ଡିଂ, ବ୍ୟାନର ଏବଂ ଅନ୍ୟ ପ୍ରଚାର ସାମଗ୍ରୀରେ ମାୟାବତୀଙ୍କ ସମକକ୍ଷ ଆକାରର ଫଟୋ ଯେଉଁ ଦଳୀୟ ନେତା ନିଜ ପ୍ରଚାର ସାମଗ୍ରୀରେ ବ୍ୟବହାର କରିବେ ସେମାନଙ୍କୁ ଦଳରୁ ବିଦା କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବସପାର ଲକ୍ଷ୍ନୌ ମନ୍ଦଳର ସମ୍ମିଳନୀରେ ଦଳୀୟ କର୍ମକର୍ତ୍ତା ଏବଂ ପଦାଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଛି ମଙ୍ଗଳବାର ।
ଏହି ବୈଠକରେ ଲକ୍ଷ୍ନୌ ମନ୍ଦଳ ଜୋନପ୍ରଭାରୀ ଏମ୍‌ଏଲ୍‌ସି ଭିମରାଓ ଅମ୍ବେଦକର ମାୟାବତୀଙ୍କ ନିଦେ୍ର୍ଦଶକୁ ଧାଡିଧାଡି କରି ସବୁ କର୍ମକର୍ତ୍ତାମାନଙ୍କୁ ଏବଂ ପଦାଧିକାରୀଙ୍କୁ ଅବଗତ କରାଇଥିଲେ । ସେ କହିଥିଲେ ଯେ, ଲୋକସଭା ନିର୍ବାଚନରେ ହୋର୍ଡିଂ ଏବଂ ବ୍ୟାନର ଲଗାଇବା ପୂର୍ବରୁ ଦଳୀୟ ଅନୁମତି ନିହାତି ଆବଶ୍ୟକ । ହୋର୍ଡିଂରେ ବସପା ସୁପି୍ରମୋ ମାୟାବତୀଙ୍କ ଆଗରେ ତାଙ୍କ ବରାବର ହିସାବରେ ଅନ୍ୟ କାହାର ଫଟୋ ଲଗାଯାଇପାରିବ ନାହିଁ । ପୋଷ୍ଟରରେ କେବଳ ମାୟାବତୀଙ୍କ ସାମ୍ନାରେ କାଂଶୀରାମ, ବସପାର ଦଳୀୟ ଚିହ୍ନ ହାତୀର ଫଟୋ ଲଗାଯାଇପାରିବ । ହୋର୍ଡିଂର ତଳେ ଯାହା ପାଇଁ ଉଦ୍ଦିଷ୍ଟ ପୋଷ୍ଟର ତାଙ୍କ ଫଟୋ ଲଗାଯିବ । ବିନା ଅନୁମତିରେ ହୋର୍ଡିଂ କିମ୍ବା ବ୍ୟାନର ଲଗାଯାଇପାରିବ ନାହିଁ । ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରିବେ ତେବେ ତାଙ୍କୁ ଦଳରୁ ବିଦା କରାଯିବ । ସେହିପରି ଭୀମରାଓ ସୂଚନା ଦେଇଥିଲେ ଯେ, ଯେଉଁ ଆସନରେ ସହଯୋଗୀ ସପାର ପ୍ରାର୍ଥୀ ନିର୍ବାଚନ ଲଢୁଥିବେ ସେଠାରେ ସପାର କର୍ମକର୍ତ୍ତାଙ୍କୁ ବସପାର କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିବେ । ସେମାନେ ନିଜ ସମର୍ଥକମାନଙ୍କୁ ସପାକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇବେ । କର୍ମକର୍ତ୍ତାମାନେ ସପା ଠାରୁ କିଛି ଆଶା ନରଖି ନିଜ ସାଧ୍ୟମତେ ବର୍ତ୍ତମାନ ଠାରୁ ପ୍ରଚାରରେ ଲାଗିଯିବା ପାଇଁ ମାୟାବତୀ ନିଦେ୍ର୍ଦଶ ଦେଇଥିବା ଭୀମରାଓ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*