ଲୋକଙ୍କ ଧନରେ ସଂକୀର୍ତ୍ତନ, ୮୮ଯୁବ ବାହିନୀ ଯିବେ ସିଙ୍ଗାପୁର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପରଧନରେ ଚାଲାକ୍‌ ଲୋକେ ସଂକୀର୍ତ୍ତନ କରନ୍ତି । ଧର୍ମଫର୍ମ ସାଉଁଟି ନିଅନ୍ତି । ଧନ ଦେଇଥିବା ଲୋକେ ହରେକୃଷ୍ଣ, ହରେ ରାମ କହି ଖୁସି ବି ହୁଅନ୍ତି ।
ମୁଖିଆ ଚାଲାକଙ୍କ ବୋପା । ଲୋକଙ୍କ ଟଙ୍କା । ରାଜ୍ୟ ଟଙ୍କା । ଲୋକ ଓ ରାଜ୍ୟ ଟଙ୍କାକୁ ଦଳୀୟ ସଂକୀର୍ତ୍ତନରେ ଲଗେଇ ଦେଇ ଧର୍ମ ସାଉଁଟୁଚନ୍ତି । ଭୋଟ ମିଳିଲେ ଗଲା । ଠିକା ଶ୍ରମିକ ଭଳିଆ ବିଜୁ ଯୁବବାହିନୀ ଗଢିଚନ୍ତି ମୁଖିଆ । ଏମାନେ ସରକାରୀ ଭାତିଆ ପାଇ ସମାଜ ସଂସ୍କାରରେ ଲାଗିପଡିବେ । ଚାରା ପୋତିବେ । ଦଳ ଗଡିଆ ସଫା କରିବେ । ରକ୍ତ ଦାନ କରିବେ । ବିରୋଧୀ ନେତାଙ୍କୁ ବହେ ଛେଚି ରକ୍ତ ବାହାର କରିଦେବେ । ଏମିତିକି ଚାଷୀମାନଙ୍କୁ ପିଟାପିଟି କରିବେ ବୋଲି ସରକାର ସେମାନଙ୍କୁ ଅଲିଖିତ ଅନୁମତି ଦେଇସାରିଚନ୍ତି । ଏଥିରେ କେମିତି ସମାଜ ସଂସ୍କାର ହୁଏ ତାହା ଶ୍ରୀମନ୍ଦିରର କାଳିଆ ସାଅାଁନ୍ତ ଜାଣିଥିବେ ।
ଏତେ ଖଟାଖଟି କରୁଚନ୍ତି ଶଙ୍ଖ ପାର୍ଟି ଲାଗି, ସେମାନଙ୍କର ମନୋରଞ୍ଜନର ତ ପୁଣି ଆବଶ୍ୟକତା ଅଛି? ତେଣୁ ଇଲେକସନ୍‌ ଆଗରୁ ଫୁଲ୍‌ ଚାର୍ଜ ହେବା ଲାଗି ୮୮ଜଣ ବିଜୁ ଟୋକାଙ୍କୁ ସରକାର ଲୋକଙ୍କ ପଇସାରେ ପଠଉଚନ୍ତି ସିଙ୍ଗାପୁର । ସିଙ୍ଗାପୁରରୁ ସେମାନେ ବୁଲାବୁଲି କରି ତନମନ ଫ୍ରେସ୍‌ କରିବେ । ଫେରି ଆସିଲା ପରେ ଗ୍ରୁପ୍‌ ଲିଡର ସାଜି ଶଙ୍ଖ ପାର୍ଟି ସକାଶେ କାମରେ ମାତିଯିବେ । ସେମାନଙ୍କର ସିଙ୍ଗାପୁର ଗସ୍ତ ଓ ରହଣୀ ଲାଗି ଯେତିକି ଖର୍ଚ୍ଚ ହବ, ସେସବୁ ଦେବେ ସରକାର । ଏହାକୁ ହିଁ କହନ୍ତି ଜନତାଙ୍କ ଟଙ୍କାରେ ସଂକୀର୍ତ୍ତନ ।
୯ହଜାର ବିଜୁ ଟୋକାଙ୍କ ଭିତରୁ ଏହି ୮୮ଜଣ ଭାରି କପାଳିଆ । ନିହାତି ଶଙ୍ଖର ପାୱାରଫୁଲ୍‌ ଲୋକଙ୍କ ପାଖ ଲୋକ ହେଇଥିବେ । ଦେଖାଯାଉ ସିଙ୍ଗାପୁରରୁ ଫେରିଲା ପରେ ବିରୋଧୀ ନେତାଙ୍କ ଉପରେ ବିଜୁ ବାହିନୀ କେତେ ହାତ କି ଠେଙ୍ଗା ସୁଖ ସାରୁଚି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*