ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ରାଜପଥ ବିଭାଗ ଭୁଲ ସୂଚନା ଫଳକ ଲଗାଯିବା ପରେ ବି ତଦାରଖ ନାହିଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
ସାରସକଣା

ଝାରପୋଖରିଆ ଅଞ୍ଚଳ ଝାଡଖନ୍ଦ, ପଶ୍ଚିମବଙ୍ଗ ଓ ଓଡିଶା ରାଜ୍ୟର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ହଜାର ହଜାର ଲୋକ ଏହା ଉପରେ ନିର୍ଭର କରନ୍ତି । ଅନ୍ୟପକ୍ଷେ ଜାତୀୟ ରାଜପଥ ୪୯ ଏବଂ ୧୮ ନମ୍ବର ବମ୍ବେଛକ ଠାରେ ମିଳିତ ହେଉଥିବା ହେତୁ ଏହି ଜାତୀୟ ରାଜପଥ ଉପରେ ଦୈନନ୍ଦିନ ହଜାର ହଜାର ଯାନବାହାନ ମଧ୍ୟ ଚଳପ୍ରଚଳ କରିଥାଏ ।
ଏହି ଛକରୁ ବମ୍ବେ, କଲିକତା, ଟାଟା ଓ ହାଇଦ୍ରାବାଦକୁ ଜାତୀୟ ରାଜପଥ ଯୋଡୁଥିବାରୁ ଶତାଧିକ ଯାନବାହାନ ସହିତ ବହୁ ନୁତନ ଯାତ୍ରି ଓ ଯାନବାହାନ ଏହି ରାସ୍ତାରେ ଦୈନନ୍ଦିନ ଯାତୟାତ କରିଥାନ୍ତି । ଏଣୁ ବମ୍ବେଛକ ଗୋଲେଇରୁ ଚାରିପଟକୁ ରାସ୍ତା ଯାଇଥିବା ହେତୁ ବହୁ ଲୋକ ଏହିଠାରେ ସଠିକ ରାସ୍ତା ଖୋଜିବାକୁ ଦ୍ୱନ୍ଦ୍ୱ ଭିତରେ ପଡିଯାଆନ୍ତି । ଏଣୁ ଏହି ଛକର ଚାରିପଟରେ ରାସ୍ତା ଓ ସ୍ଥାନର ଦୁରତା ସୁଚନା ଫଳକ ଦିଆଯାଇଥାଏ । ୩ବର୍ଷ ପୁର୍ବେ ଆରମ୍ଭ ହୋଇଥିବା ରାଜରାସ୍ତା ନବିକରଣ ଓ ସମ୍ପ୍ରସାରଣ ଯୋଗୁଁ କୌଣସି ସୂଚନା ଫଳକ ଦିର୍ଘଦିନ ଧରି ଲାଗିନଥିଲା । ନିକଟରେ ୭୦ ପ୍ରତିଶତରୁ ଉଦ୍ଧ୍ୱର୍ ରାସ୍ତା କାର୍ଯ୍ୟ ବେକବନ କମ୍ପାନୀ ସାରିଥିବା ବେଳେ ଜାତୀୟ ରାଜପଥ ୧୮ ନମ୍ବର ଉପରେ ଓଭରବ୍ରିଜ ଗୁଡିକ ବାକି ରହିଛି । ଏଣୁ ବେକବନ କମ୍ପାନୀ ନିକଟରେ ରାଜରାସ୍ତାର ବିଭିନ୍ନ ସ୍ଥାନରେ ଯାତ୍ରୀ ମାନଙ୍କ ପାଇଁ ସୂଚନା ଫଳକ ଲଗାଇଛନ୍ତି । ହେଲେ ଲଜ୍ଜାର ବିଷୟ ଏବଂ ଦେଶର ଏତେବଡ କମ୍ପାନୀ ହୋଇ ଜନସାଧାରଣଙ୍କ ଆଗରେ ଦାୟିତ୍ୱହୀନତାର ପରିଚୟ ଦେବା କମ୍ପାନୀର ତଦାରଖ କରୁଥିବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜନସାଧାରଣ ଯେଉଁ ସୂଚନା ଫଳକକୁ ସବୁବେଳେ ଦେଖିବେ ତାକୁ ଭୁଲ ଲେଖାଯିବାର ଦୀର୍ଘଦିନ ପରେ ବିଏହାକୁ ସଂଶୋଧନ ନକରିବା ଅଞ୍ଚଳବାସିଙ୍କ ପାଇଁ ଲଜ୍ୟା ଓ ହାସ୍ୟାସ୍ପଦର ବିଷୟ ପାଲଟିଛି । ଲୋକଙ୍କ ଅଭିଯୋଗ ମୁତାବକ ଫଳକ ଲାଗିଥିବା ସ୍ଥାନରେ ଏହାକ ପରିଲକ୍ଷିତ କରାଯାଇଛି ।
ପ୍ରକାଶ ଥାଉକି ଝାରପୋଖରୀଆ ବମ୍ବେଛକ ନିକଟରୁ ୧କିଲୋମିଟର ପରେ ରାଜାଲୋକା ଛକ ରହିଛି । ଏହି ଛକରୁ ବାରିପଦା ଯିବାପଟେ ଗୋଟେ ଫଳକ ଲାଗିଥିବା ବେଳେ ବାରିପଦାରୁ ବମ୍ବେଛକ ଆସିବା ପଟେ ଗୋଟେ ଫଳକ ରହିଛି । ତେବେ ବାରିପଦା ଯିବାରାସ୍ତାରେ ବାମ ପଟରେ ଲାଗିଥିବା ଫଳକରେ ବାରିପଦା ସଠିକ ୩୦ କିମି ଲେଖାଯାଇଥିବା ବେଳେ ନିକଟରେ ଥିବା ଅର୍ଜୁନଡିହା ଗ୍ରାମକୁ ୧ କିମି ଓ ରାଜାଲୋକା ଗ୍ରାମକୁ ୩ କିମି ଦୁରତା ଲେଖାଯାଇଛି ଯାହାକି ଠିକ ହେଲେ ବାରିପଦା ପଟୁ ବମ୍ବେଛକ ଆସୁଥିବା ରାସ୍ତାରେ ବାମପଟେ ଲାଗିଥିବା ଫଳକରେ ରାଜାଲୋକାର ଦୂରତା ୩କିମି ଥିବାବେଳେ ଫଳକରେ ୧କିମି ଲେଖାଯାଇଛି । ଏବଂ ଅର୍ଜୁନଡିହା ଗ୍ରାମର ଦୁରତା ୧କିମି ଥିବାବେଳେ ଫଳକରେ ଏହାର ଦୁରତା ୦୩ କିମି ଲେଖାଯିବା ସାଧାରଣ ଭାବେ ନୁତନ କରି ଆସୁଥିବା ଯାତ୍ରିଙ୍କୁ ଏବେଠାରୁ ଦ୍ୱନ୍ଦରେ ପକାଇଥିବା ହେତୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବାବଦରେ ଗଣମାଧ୍ୟକୁ ସୁଚନା ଦେଇଥିଲେ ଯାହାକି କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦର୍ଶାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*