ଲୁଚି ଛପି କରୁଥିଲେ ବିବାହ, ପୁଲିସ୍‌ ଉଠାଇ ନେଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଇସ୍‌ଲାମବାଦ

ପାକିସ୍ତାନରେ କରୋନା ମୁକାବିଲା ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ଉଲ୍ଲଂଘନ କରାଯାଉଥିବାର ଏକ ମାମଲା ପଦାକୁ ଆସିଛି । ପଞ୍ଜାବ ପ୍ରାନ୍ତର ସିୟାଲକୋର୍ଟରେ ପୁଲିସ୍‌ ଏକ ବିବାହ ସମାରୋହରେ ଚଢାଉ କରି ବର-କନ୍ୟାଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରିଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ବିବାହ ଉପରେ କଟକଣା ଏବଂ ଗୋଟିଏ ଜାଗାରେ ଅଧିକ ଲୋକ ଠିଆ ନହେବା ପାଇଁ ନିଦେ୍ର୍ଦଶନାମା ଜାରି ହୋଇଛି । ମାତ୍ର ଏଠାରେ ଏକ ମସଜିଦ୍‌ର ଛାତ ଉପରେ ବିବାହ ଭୋଜିର ଆୟୋଜନ କରାଯାଉଥିଲା । ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବର ଓ ଅନ୍ୟମାନଙ୍କୁ ଗିରଫ କରିଛି । ଏଥିସହ ମସଜିଦର ପରିଚାଳକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*