ଲୁଇସ୍‌ ଚାହାଁନ୍ତି ୨୦୨୨ରେ ହେଉ ଟୋକିଓ ଅଲିମ୍ପିକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ୱାଶିଂଟନ୍‌

୯ଥରର ଅଲିମ୍ପିକ୍‌ ସ୍ୱର୍ଣ୍ଣପଦକ ବିଜେତା ତଥା ଆମେରିକାର ମହାନ୍‌ତମ ଆଥଲେଟ୍‌ କାର୍ଲ ଲୁଇସ୍‌ ନିଜ ପ୍ରତିକି୍ରୟାରେ କହିଛନ୍ତି ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ା ସ୍ଥଗିତ ରଖାଯାଉ । ୨୦୨୨ରେ ଏହାକୁ ଧୁମ୍‌ଧାମରେ କରିବାକୁ ସେ ଅନୁରୋଧ କରିଛନ୍ତି । ୨୦୨୦ର ସମସ୍ତ ପ୍ରତିଯୋଗିତା ଗୁଡିକୁ ବନ୍ଦ ରଖି ୨୦୨୧ରେ ତାହାକୁ ଆରମ୍ଭ କରିବା ସକାଶେ ଚାହିଁଛନ୍ତି ଲୁଇସ୍‌ । ଯେହେତୁ ବର୍ତ୍ତମାନ ଅନିଶ୍ଚିତତାର ବାତାବରଣ ରହିଛି ତେଣୁ ବର୍ତ୍ତମାନ ସମୟରେ ଅଲିମ୍ପିକ୍‌କୁ ବନ୍ଦ ରଖି ୨୦୨୨ରେ ଏହାର ଆୟୋଜନ କରାଯାଇପାରିବ । ପ୍ୟାରିସ୍‌ ଅଲିମ୍ପିକର ୨ ବର୍ଷ ପୂର୍ବରୁ ଅଲିମ୍ପିକର ଆୟୋଜନ ଏକ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ସେ ବର୍ଷ ଫୁଟବଲ ବିଶ୍ୱକପ୍‌ ଥିଲେ ମଧ୍ୟ ଯେହେତୁ ତାହା ନଭେମ୍ବର ଓ ଡିସେମ୍ବରରେ ହେବାକୁ ଅଛି ତେଣୁ ୨୦୨୨ ଜୁଲାଇରେ ଅଲିମ୍ପିକ୍‌ କରାଗଲେ କିଛି ଅସୁବିଧା ହେବ ନାହିଁ ବୋଲି କାର୍ଲ ମତ ଦେଇଛନ୍ତି ।
ଆମେ ନଜର ରଖିଛୁ
କାନାଡା ଏବଂ ଅଷ୍ଟ୍ରେଲିଆ ଓହରିଯିବା ଅବସ୍ଥାରେ ଭାରତୀୟ ଅଲିମ୍ପିକ୍‌ ସଂଘ ଉପରେ କିଛି ଦୃୃଢ ନିଷ୍ପତ୍ତି ନେବା ପାଇଁ ଚାପ ବଢିଛି । ସୋମବାର ଦିନ ଭାରତୀୟ ଅଲିମ୍ପିକ୍‌ ସଂଘ କହିଛି ଆମେ ସବୁ ବିଷୟ ଉପରେ ନଜର ରଖିଛୁ । ଅତିକମ୍‌ରେ ମାସେ ଆମେ ଅପେକ୍ଷା କରିବାକୁ ଚାହୁଁଛୁ ବୋଲି ଭାରତୀୟ ଅଲିମ୍ପିକ ସଂଘର ସେକ୍ରେଟାରୀ ଜେନେରାଲ ରାଜୀବ ମେହେଟା ସାମ୍ବାଦିକଙ୍କୁ କହିଛନ୍ତି । ଆମେ ୪ ରୁ ୫ ସପ୍ତାହ ପୂରା ଘଟଣା କ୍ରମ ଉପରେ ନଜର ରଖିବା ପରେ କେନ୍ଦ୍ର କ୍ରୀଡ଼ା ବିଭାଗ ଆନ୍ତର୍ଜାତିକ ଅଲିମ୍ପିକ୍‌ ସହ ଆଲୋଚନା କରି କୌଣସି ନିଷ୍ପତ୍ତି ନେବୁ ବୋଲି ରାଜୀବ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*