ଲିମ୍‌କା ସ୍ମାରକୀ ବାସ୍କେଟବଲ୍‌: ଓଡ଼ିଶା ଷ୍ଟୁଡେଣ୍ଟ ଚମ୍ପିଆନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସ୍ଥାନୀୟ ୟୁନିଟ-୧ ସ୍ଥିତ ବାସ୍କେଟବଲ୍‌ କୋର୍ଟରେ ରବିବାର ଶେଷ ହୋଇଛି ୫ମ ଲିମ୍‌କା ସ୍ମାରକୀ ବାସ୍କେଟବଲ୍‌ ପ୍ରତିଯୋଗିତା । ପୁରୁଷ ବର୍ଗରେ ଓଡ଼ିଶା ଷ୍ଟୁଡେଣ୍ଟ କ୍ଳବ ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏସନକୁ ୯୩-୬୮ ପଏଣ୍ଟରେ ହରାଇ ଚମ୍ପିଆନ ହୋଇଛି । ବିଜୟୀ ଦଳ ପକ୍ଷରୁ ଶ୍ରୀକାନ୍ତ ଜେନା ବ୍ୟକ୍ତିଗତ ୩୩ପଏଣ୍ଟ ସ୍କୋର କରିଥିଲେ । ମହିଳା ବିଭାଗରେ ଭୁବନେଶ୍ୱର ଆଥଲେଟିକ୍‌ ସଂଘ ଚମ୍ପିଆନ ହୋଇଛି । ଭୁବନେଶ୍ୱର ବାସ୍କେଟବଲ୍‌ ଆସୋସିଏସନର ସଭାପତି ମକବୁଲ୍‌ ଅଲ୍ଲୀ, ଓଡ଼ିଶା ବାସ୍କେଟବଲ୍‌ ସଂଘର ସମ୍ପାଦକ ଜ୍ଞାନରଂଜନ ପରିଡ଼ା, ଭୁବନେଶ୍ୱର ଆଥଲେଟିକ୍‌ ସଂଘର ସମ୍ପାଦକ ସୌର୍ଯ୍ୟରଂଜନ ପରିଜା ଏବଂ ଆୟୋଜକ କମିଟିର ସଂଯୋଜକ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*