ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଭାଇରାଲ ହେଲା ଭିଡିଓ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଧର୍ମଗଡ଼/ ଭବାନୀପାଟଣା

କଳାହାନ୍ଦି ଜିଲ୍ଲାରେ ପଦାକୁ ଆସିଛି ଆଉ ଏକ ଲଜ୍ଜାଜନକ ଘଟଣା । ଗଣଦୁଷ୍କର୍ମ ପରେ ଦୁଷ୍କର୍ମର ଭାଇରାଲ ଭିଡ଼ିଓ ଏବେ ଘୂରି ବୁଲୁଛି ମୋବାଇଲରୁ ମୋବାଇଲ । ନିରୁପାୟ ହୋଇ ପୀଡ଼ିତା ଏବେ ଥାନାର ଦ୍ୱାରସ୍ଥ । ଘଟଣାରୁ ପ୍ରକାଶ ଯେ ପୀଡ଼ିତା ଜଣକ ଶରୀର ଅସୁସ୍ଥ ଥିବାରୁ ଭବାନୀପାଟଣା ଯାଇଥିଲେ । ଫେରିବା ସମୟରେ ବସ୍‌ ଫେଲ୍‌ ହୋଇଯାଇଥିଲେ । ଫଳରେ ଚିହ୍ନା ଲୋକ ଦେଖି ଲିଫ୍ଟ ମାଗି ଭବାନୀପାଟଣାରୁ ଫେରୁଥିଲେ । ବାଟରେ ଜାରିଙ୍ଗ ଜଙ୍ଗଲରେ ଜଗି ରହିଥିବା ଉକ୍ତ ବ୍ୟକ୍ତିଙ୍କ ସହଯୋଗୀମାନେ ଯୁବତୀଙ୍କ ସହ ଭିଆଇଥିଲେ ଉକ୍ତ କାନ୍ଦ । ୨୬ ନଂ ଜାତୀୟ ରାଜପଥ ନିକଟରେ ପହଞ୍ଚôବା ପରେ ଅଭିଯୁକ୍ତଙ୍କ ସହଯୋଗୀମାନେ ଗାଡ଼ି ଅଟକାଇ ଯୁବତୀଙ୍କୁ ଜଙ୍ଗଲକୁ ଉଠାଇ ନେଇଥିଲେ । ଦୁଷ୍କର୍ମ ପରେ ଭିଡ଼ିଓ ସୁଟିଂ କରିବା ପରେ ଏହାକୁ ଭାଇରାଲ କରିଥିଲେ । ଲୋକଲଜ୍ଜା ଭୟରେ ପୀଡ଼ିତାଙ୍କ ପରିବାର ଚୁପ ରହିଥିଲେ । ହେଲେ ଭିଡ଼ିଓଟି ଭାଇରାଲ ହୋଇଯାଇଥିଲା । ଘଟଣାଟି ୧୪ ସେପ୍ଟେମ୍ବରରେ ଘଟିଥିଲା । କଳାହାନ୍ଦି ଏସ୍‌ପି ନିଜେ ତଦନ୍ତ ଆରମ୍ଭ କରିଥିବା ସହ ଏକ ତିନିଜଣିଆ ଟିମ୍‌ ଗଠନ କରିଛନ୍ତି । ଜଣେ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି । ସୋମବାର ଦିନ ଅଭିଯୁକ୍ତଙ୍କ ସହ ଏସ୍‌ପି, ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚôଥିଲେ । ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ପଠାଯାଇଥିବା ସୂଚନା ମିଳିଛି । ଏନେଇ ତଦନ୍ତ ଜାରି ରହିଥିବା ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*