ଲାଞ୍ଚ ନେବାବେଳେ ଭିିଜିଲାନ୍ସ ହାତରେ ଧରାପଡିଲେ ଏସ୍‌ଆଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଖାକିରେ ପୁଣି କଳଙ୍ଗ । ବ୍ୟବସାୟୀଙ୍କୁ ସପିଂମଲ୍‌କୁ ଡକାଇ ଲାଞ୍ଚ ନେବା ବେଳେ ଧରାପଡିଲେ ଜଣେ ଏସ୍‌ଆଇ ବାବୁ । ବାଳକାଟି ଫାନ୍ଦିର ଏସ୍‌ଆଇ ଦେବେନ୍ଦ୍ର କୁମାର ସାହୁଙ୍କୁ ଶେଷରେ ଭିଜିଲାନ୍ସ ଟିମ୍‌ ସୋମବାର ଦିନ ଗିରଫ କରିଛି । ତାଙ୍କଠାରୁ ଭିଜିଲାନ୍ସ ଅଧିକାରୀମାନେ ୧୦ ହଜାର ଟଙ୍କା ଜବତ କରିଛନ୍ତି । ଅଭିଯୋଗକାରୀ ହେଲେ ବାଲିପାଟଣା ଥାନା ନିକଟସ୍ଥ ରାଖିଜେମା ଗାଁର ରମାକାନ୍ତ ସାହୁ । ଶ୍ରୀ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଦେବେନ୍ଦ୍ରଙ୍କୁ କାବୁ କରି ନେଇଥିଲେ । ପରେ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ପୂର୍ବରୁ ରମାକାନ୍ତ ମାସିକିଆ ଚାନ୍ଦା ନ ଦେବାରୁ ତାଙ୍କୁ ଏସ୍‌ଆଇ ବାବୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେ ଜେଲ୍‌ରୁ ଆସିବା ପରେ ପୁଲିସ ତାଙ୍କୁ ମାସିକିଆ ଚାନ୍ଦା ଦେବାକୁ କହିଥିଲେ । ରମାକାନ୍ତ ଚାନ୍ଦା ଦେବାକୁ ରାଜି ହୋଇ ପରେ ଭିଜିଲାନ୍ସ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ସୋମବାର ଅପରାହ୍ନରେ ଟଙ୍କା ଦିଆନିଆ ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍‌ ଏସ୍‌ଆଇ ଦେବେନ୍ଦ୍ର କୁମାାର ସାହୁଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ପରବର୍ତ୍ତି ସମୟରେ ଶ୍ରୀ ସାହୁଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତିର ଖୋଳତାଡ କରିବ ଭିଜିଲାନ୍ସ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*