ଲାଞ୍ଚ ଦେଇ କାମ କରାଉଥିଲେ ଶାହା: ତେଜସ୍ୱୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସି : ପାଟନା

ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ରାଜଦ ନେତା ତେଜସ୍ୱୀ ଯାଦବ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଲଗାଇଛନ୍ତି ବଡ଼ ଅଭିଯୋଗ । ଟୁଇଟ୍‌ କରି ସେ ଉଲ୍ଲେଖ କରିଛନ୍ତି ଯେ, ଅମିତ୍‌ ଶାହା ଲାଞ୍ଚ ନେଇ ଏବଂ ଦେଇ ବିହାରରେ କାମ କରାଉଥିଲେ । ଏହି ଟୁଇଟ୍‌ ସହିତ ସେ ବିହାରର ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ସୁଶୀଲ୍‌ ମୋଦୀଙ୍କ ଏକ ଭିଡ଼ିଓ ମଧ୍ୟ ଛାଡ଼ିଛନ୍ତି ।
ତେଜସ୍ୱୀ ନିଜ ଟୁଇଟର୍‌ରେ ଲେଖିଛନ୍ତି ଯେ, ସୁଶୀଲ ମୋଦୀଙ୍କ ଅମିତ ଶାହାଙ୍କ ସମ୍ପର୍କରେ ଏକ ବଡ଼ ଖୁଲାସା । କହିଛନ୍ତି ଅମିତ୍‌ଜୀ ଲାଞ୍ଚ ଦେଇ ଏବଂ ନେଇ ଅନେକ ବର୍ଷ ପୂର୍ବରୁ ବିହାରରେ କାମ କରାଉଥିଲେ । ଲାଞ୍ଚ ଦେବା ଏବଂ ନେବା ଉଭୟ ଅପରାଧ । ହେଲେ ସୁଶୀଲ ମୋଦୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିଦେ୍ର୍ଦଶରେ ଖୋଲାଖୋଲି ନିଜ ଉପାଧ୍ୟକ୍ଷଙ୍କ ଚାଣକ୍ୟ ନୀତିକୁ ଉଲ୍ଲେଖ କରିବା ସହ ତାଙ୍କ ମାନହାନୀ କରୁଛନ୍ତି । ତେଜସ୍ୱୀ ଯେଉଁ ଭିଡିଓ ଛାଡ଼ିଛନ୍ତି, ସେଥିରେ ସୁଶୀଲ ମୋଦୀ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ସମୟରେ କହୁଛନ୍ତି ଯେ, ମୁଁ ଅମିତ ଶାହାଜୀଙ୍କୁ ପଚାରିଥିଲି, ଆପଣ ପ୍ରଥମ ଥର ବିହାର କେବେ ଆସିଥିଲେ? ସେତେବେଳେ ସେ କହିଥିଲେ ଯେ, ୨୦-୨୫ ବର୍ଷ ପୂର୍ବରୁ ପାଇପ୍‌ ବିଜିନେସ୍‌ କରୁଥିଲି ଏବଂ ଏଠାରେ ଏକ ବିଭାଗକୁ ପାଇପ୍‌ ଯୋଗାଣ କରିଥିଲି । ସେହି ଯୋଗାଣର ବକେୟା ବିଲ୍‌ ମିଳିନାହିଁ । ମୁଁ ତାଙ୍କୁ ପଚାରିଥିଲି, ଆପଣଙ୍କ କାମ ହୋଇଥିଲା, କିପରି ହୋଇଥିଲା? ସେ ତା’ର ଉତ୍ତରରେ କହିଥିଲେ, କାମ ହୋଇଥିଲା, ହେଲେ କିପରି ହୋଇଥିଲା ତାହା କହିବାର ଆବଶ୍ୟକତା ନାହିଁ । କଂଗ୍ରେସର ଯେଉଁ ସଂସ୍କୃତି ସେହି ସଂସ୍କୃତିକୁ ଆପଣାଇବାକୁ ମୋତେ ପଡ଼ିଥିଲା । ପରେ ଯାଇ ମୋତେ ମୋ’ ବକେୟା ମିଳିଥିଲା । ସୁଶୀଲଙ୍କ ଏହି ଭିଡିଓ ଗତ ୧୬ ତାରିଖର ବୋଲି ଜଣାପଡ଼ିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*