ଲାଗିଥିଲା ବିଧାନସଭାରୁ ଫର୍ଣ୍ଣିଚର ଚୋରି ଅଭିଯୋଗ ଆତ୍ମହତ୍ୟା କଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ହାଇଦ୍ରାବାଦ
ଆନ୍ଧ୍ରପ୍ରଦେଶର ପୂର୍ବ ବାଚସ୍ପତି କୋଡେଲା ଶିବା ପ୍ରସାଦଙ୍କ ସୋମବାର ହାଇଦ୍ରାବାଦର ଏକ ଡାକ୍ତରଖାନାରେ ପରଲୋକ ହୋଇଛି । ବାଚସ୍ପତି ଶିବା ପ୍ରସାଦଙ୍କ ଉପରେ ୱାଇଏସ୍‌ଆର୍‌ କଂଗ୍ରେସ ସରକାର ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲା । ଏହାପରେ ସେ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ । ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କୋଡେଲାଙ୍କ ଉପରେ ବିଧାନସଭାରୁ ଫର୍ଣ୍ଣିଚର ଚୋରାଇବାର ଅଭିଯୋଗ ଥିଲା ।
ମୁଖ୍ୟମନ୍ତ୍ରୀ କେସିଆର୍‌ ପୂର୍ବବାଚସ୍ପତିଙ୍କ ମୃତୁ୍ୟ ନେଇ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ ପରିବାର ପ୍ରତି ସହାନୁଭୂତି ଜଣାଇବା ସହ ଆତ୍ମାର ଶାନ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି । ପୂର୍ବରୁ କୋଡେଲାଙ୍କ ପରିବାର ଭ୍ରଷ୍ଟାଚାର ଏବଂ ଅନୀୟମିତତା ମାମଲାର ସମ୍ମୁଖିନ ହୋଇଛି । ୱାଇଏସ୍‌ଆର କଂଗ୍ରେସ କ୍ଷମତାକୁ ଆସିବା ପରେ କୋଡେଲାଙ୍କ ପୁଅ ଓ ଝିଅଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ନିଜ ଉପରେ ଚୋରି ମାମଲା ଆସିବା ପରେ ଏହି ଟିଡିପି ନେତା ନିଜର ହାଇଦ୍ରାବାଦ ବାସଭବନରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବସବା ତରକରାମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*