ଲମ୍ବା ସମୟ ପାଇଁ ଆମକୁ କରୋନା ବିରୋଧରେ ଲଢିବାକୁ ହେବ : ହୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଜେନେଭା

କୋଭିଡ୍‌-୧୯ ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ବିଶ୍ୱବାସୀଙ୍କୁ ଦେଇଛି ଚେତାବନୀ । ୬ ମାସ ବିତିଗଲା ପରେ ମଧ୍ୟ ଏହି ସଂକଟ ଏବେ ବି ଦୂର ହୋଇନାହିଁ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ହୁ’ର ମହାନିଦେ୍ର୍ଦଶକ ଟେଡ୍ରୋସ୍‌ ଘେବ୍ରେୟେସୁସ୍‌ କହିଛନ୍ତି ।
ଟେଡ୍ରୋସ୍‌ କହିଛନ୍ତି ଯେ, ୫ ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ଗଲାଣି ଏହି କାରଣରୁ । ବିଶ୍ୱର ପ୍ରତିଟି ଦେଶ ଏବେ ସମସ୍ୟା ଦେଇ ଗତିକରୁଛି । ଆସନ୍ତା ଦିନ ମଧ୍ୟ ଆହୁରି ଖରାପ ହୋଇପାରେ । ଆମେରିକା, ରୁଷ, ବ୍ରାଜିଲ ଏବଂ ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଶ୍ୱର ପ୍ରତ୍ୟେକ ଦେଶ ନିଜ ଅର୍ଥନୀତି ଏବଂ ସାମାଜିକ ସ୍ଥିତିକୁ ଧାରାକୁ ଆଣିବାର ଚେଷ୍ଟାରେ ଥିଲେ ମଧ୍ୟ କଠିନ ସତ୍ୟ ଏହା ଯେ, ବର୍ତ୍ତମାନ ସ୍ଥିତି ସୁଧାରିବା ସହଜ ନୁହେଁ । କାରଣ ଆମେ ଏବେ ଭାଇରସକୁ ଶେଷ କରିବା ପାଇଁ ନିକଟତର ହୋଇନାହୁଁ । ଯେଉଁଭଳି ସଫଳତା ମିଳିବା କଥା ତାହା ମିଳିନାହିଁ । ଭାଇରସ ବିରୋଧରେ ଆରମ୍ଭ ହୋଇଥିବା ଏହି ଲଢେଇରେ ଆମେ ସମସ୍ତେ ଏକାଠି ଅଛେ, ଆଗକୁ ମଧ୍ୟ ମିଳିତ ଭାବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମକୁ ଏହି ଭୂମିକା ତୁଲାଇବାକୁ ପଡ଼ିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*