ଲମ୍ବା କେଶ ପାଇଁ ଗୁଣକାରୀ ଅଟେ ଅଦା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଅଦା କେବଳ ସ୍ୱାସ୍ଥ୍ୟ ପାଇଁ ହିଁ ନୁହେଁ ବରଂ ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବେଶ୍‌ ଉପକାରୀ ଅଟେ । ଏହା କେଶ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଅଦା ପାଚନରେ ସହାୟକ ହେବା ସହ ବାନ୍ତି, ଥନ୍ଦାକାଶ ସମସ୍ୟା, ମାଂସପେଶୀ ଦରଜ ଏବଂ ହୃଦ୍‌ରୋଗ ଆଶଙ୍କାକୁ କମ୍‌ କରିବାରେ ଏହା ସାହାଯ୍ୟ କରିଥାଏ । ଆୟୁର୍ବେଦରେ ମଧ୍ୟ ଅଦାର ଉପକାରୀ ବିଷୟରେ ଉଲ୍ଲେଖ ହୋଇଛି । କେଶ ଝଡ଼ିବାକୁ ରୋକିବା ସହ ଏହା କେଶକୁ ମଜଭୁତ କରିଥାଏ । ଅଦାରେ ମାଗ୍ନେସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌ ଏବଂ ବହୁ ପ୍ରକାରର ଭିଟାମିନ୍‌ ରହିଛି । ଯଦ୍ଦ୍ୱାରା କେଶ ଜନିତ ସମସ୍ୟା ଦୂର ହେବା ସହିତ ଏହା କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହି ସବୁ ଲାଭ ପାଇବା ପାଇଁ ଆପଣ ଚାହିଁଲେ ବଜାରରେ ବିକ୍ରି ହେଉଥିବା ରେଡିମେଡ୍‌ ଜିଞ୍ଜର ଅଏଲ୍‌ ବ୍ୟବହାର କରିପାରିବେ । ଅଥବା ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଏହାକୁ ତିଆରି କରିବା ପାଇଁ ଅଦାକୁ ଭଲ ଭାବେ ଧୋଇ ମସୃଣ କରି ବାଟି ଦିଅନ୍ତୁ । ଏଥିରେ ଏକ ଚାମଚ ଅଲିଭ୍‌ ତେଲକୁ ଭଲ ଭାବେ ମିଶାଇ କେଶରେ ମସାଜ କରିଦିଅନ୍ତୁ । ଏହାକୁ ଅତିକମ୍‌ରେ ୩୦ରୁ ୪୦ ମିନିଟ ରଖିବା ପରେ କେଶକୁ ଧୋଇ ଦିଅନ୍ତୁ । ଏହି ପ୍ରକ୍ରିୟକୁ ସପ୍ତାହରେ ଦୁଇ ଥର ପ୍ରୟୋଗ କରିଲେ ଆପଣ ନିଜେ ଫରକ୍‌ ଜାଣିପାରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*