ଲତାଙ୍କ ଅବସ୍ଥା ସ୍ଥିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ
ଭାରତରତ୍ନ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିଲେ ମଧ୍ୟ ଗତ ୧୨ ଘଣ୍ଟା ଭିତରେ ବିଶେଷ ପରିବର୍ତ୍ତନ ହୋଇନଥିବା ଜଣାପଡ଼ିଛି । ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ପରିବାର ପକ୍ଷରୁ ସାମ୍ବାଦିକ ମାନଙ୍କୁ କୁହାଯାଇଛି । ଆପଣମାନଙ୍କ ପ୍ରାର୍ଥନା ସକାଶେ ଧନ୍ୟବାଦ । ଆମେ ଆଶା କରୁଛୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଶୀଘ୍ର ଭଲ ହେବ ଓ ସେ ଘରକୁ ଫେରି ଆସିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ୯୦ ବର୍ଷିୟା କୋକିଳକଣ୍ଠୀ ଲତା ମଙ୍ଗେସକର ସୋମବାର ଭୋରରେ ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରିବାରେ ତାଙ୍କୁ ବ୍ରିଚ୍‌କାନ୍ଦି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ମଙ୍ଗଳବାର ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*