ଲଘୁଚାପ ବର୍ଷାରେ କାନ୍ଥ ଭୁଶୁଡିଲା, ଭଙ୍ଗା ଘରେ ଦଳିତ ପରିବାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାଲେପୁର

ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଟି ଘରର କାନ୍ଥ ଭାଙ୍ଗି ପଡିବାରୁ ଗୋଟିଏ ଦଳିତ ପରିବାର ଏବେ ଖୋଲା ଘରେ ରହୁଛନ୍ତି । ଖବରରୁ ପ୍ରକାଶ, ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହଣ ପଞ୍ଚାୟତ ପୁରଣ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ମାଟି ଘରର କାନ୍ଥ ଦୁର୍ବଳ ହୋଇ ରହିଥିଲା । ବୁଧବାର ମଧ୍ୟରାତିରେ ଘରର ବାହାରପଟ କାନ୍ଥଟି ଭାଙ୍ଗି ପଡିଥିଲା । ଗତ ଫନି ବାତ୍ୟାରେ ଘରର ଛପର ଉଡ଼ିଯାଇଥିଲା ହେଲେ ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ସହାୟତା ମିଳିନଥିବା ସେ କହିଛନ୍ତି । ଏପରିକି ଇନ୍ଦିରା ଆବାସ କି ମୋ କୁଡିଆ ଯୋଜନାରେ ତାଙ୍କୁ ମଧ୍ୟ ସାମିଲ କରାଯାଇନଥିଲା । ଘରର କାନ୍ଥଟି ଭାଙ୍ଗିଯିବାରୁ ସେ ଏବେ ଖୋଲା ଘରେ ବିପଦ ଅବସ୍ଥାରେ ରହୁଛନ୍ତି । ଘରର କାନ୍ଥଟି ବାହାର ପଟକୁ ପଡିଥିବାରୁ ଘରେ ଶୋଇଥିବା ମା’ ପୁଅ ନିଶ୍ଚିତ ମୃତୁ୍ୟମୁଖରୁ ବର୍ତ୍ତି ଯାଇଛନ୍ତି । ଖୋଲା ଘରେ ରହୁଥିବା ଏହି ଦଳିତ ପରିବାରକୁ ତୁରନ୍ତ ସରକାରୀ ଯୋଜନାରେ ସାମିଲ କରିବାଙ୍କୁ ଦାବି ଜୋର ଧରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*