ଲଗାତାର ୨୩ ଘଣ୍ଟା ସୁଟିଂ କଲେ ଅନନ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାନେ୍ଦ ଖୁବ୍‌ କମ୍‌ ବୟସରେ ଇନ୍ଦଷ୍ଟ୍ରୀରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ଅନନ୍ୟାଙ୍କ ଫ୍ୟାନ୍‌ ତାଙ୍କର ଆଗାମୀ ଫିଲ୍ମ ଲାଗି ଉକ୍ରଷ୍ଠାର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ସେ ନିଜର ଆଗାମୀ ଫିଲ୍ମ ‘ଖାଲି-ପିଲି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଈଶାନ ଖଟ୍ଟରଙ୍କୁ ଦେଖିବାକୁ ମିଳିବ । ଅନ୍ୟନା ଏଇ ନିକଟରେ ଫିଲ୍ମ ‘ଖାଲି ପିଲି’ ଲାଗି ଲଗାତାର ୨୩ ଘଣ୍ଟା ସୁଟିଂ କରି ଚର୍ଚ୍ଚାରେ ଅଛନ୍ତି । ରିପୋର୍ଟ ମୁତାବକ, ଅନନ୍ୟା ସକାଳ ୮ଟାରୁ ସୁଟିଂ ଆରମ୍ଭ କରି ତା’ପର ଦିନ ସକାଳ ପର୍ଯ୍ୟନ୍ତ ସୁଟିଂ କରିଥିଲେ । ଅନନ୍ୟାଙ୍କ ସିଡୁ୍ୟଲ୍‌ ବ୍ୟସ୍ତ ଭରା ଥିବା ସୂତ୍ରରୁ ଜଣାପଡ଼ିଛି । ହେଲେ ଏଥିରେ ତାଙ୍କର କୌଣସି ପ୍ରଜେକ୍ଟ ପ୍ରଭାବିତ ହେଉନଥିବା ଜଣାପଡ଼ିଛି । ଅନନ୍ୟା ଗୀତର ସିକ୍ୱେନ୍ସ ସୁଟିଂ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଛନ୍ତି । ଏହାଛଡ଼ା ୨୦୨୦ରେ ଆସିବାକୁ ଥିବା ଫିଲ୍ମଗୁଡ଼ିକର ସ୍କ୍ରିପ୍ଟକୁ ମଧ୍ୟ ପଢ଼ିବାରେ ବ୍ୟସ୍ତ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*