ଲଖନପୁର ଖଣି ବୁଲିଲେ କୋଲଇଣ୍ଡିଆ ଅଧ୍ୟକ୍ଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କୋଲଇଣ୍ଡିଆ ଅଧ୍ୟକ୍ଷ ଗୋପାଳ ସିଂ ତାଳଚେର ସ୍ଥିତ ଭରତପୁର, ଅନନ୍ତ ଓ ଜଗନ୍ନାଥ ଖୋଲାମୁହଁ ଖଣି କ୍ଷେତ୍ର ପରିଦର୍ଶନ କଲା ପରେ ଗତକାଲି ଲଖନପୁର କ୍ଷେତ୍ରର ସମଲେଶ୍ୱରୀ ଖୋଲାମୁହଁ ଖଣି ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଏହି ଖଣିର ଉତ୍ପାଦନ ବୃଦ୍ଧି ସର୍କରେ ଲଖନପୁର ମହାପ୍ରବନ୍ଧକ ଆର.ପି.ଗୁପ୍ତା ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଆଜି କୋଲଇଣ୍ଡିଆ ଅଧ୍ୟକ୍ଷ ଶ୍ରୀ ସିଂ ଲଖନପୁର କ୍ଷେତ୍ର ଅର୍ନ୍ତଭୁକ୍ତ ଖଡ଼ାମା ଗ୍ରାମବାସୀମାନଙ୍କ ସହିତ ସେମାନଙ୍କ ସମସ୍ୟା ଓ ତା’ର ସମାଧାନ ସଂପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ଅଞ୍ଚଳର ରାସ୍ତାଘାଟ ଓ ପାନୀୟ ଜଳଯୋଗାଣ ଏବଂ ଏମ୍‌ସିଏଲ୍‌ ଡିସପେନ୍‌ସାରୀ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ସିଂ ଲଖନପୁର କ୍ଷେତ୍ରର ଡିଏଭି ପବ୍ଲିକ ସ୍କୁଲର ବିକାଶ ପାଣ୍ଠିରୁ ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବନିର୍ମିତ ପ୍ରେକ୍ଷାଳୟ ଶୁଭାରମ୍ଭ କରିଥିଲେ। ଏହି ଡିଏଭି ସ୍କୁଲକୁ ଶ୍ରେଷ୍ଠ ସ୍କୁଲ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ କୋଚିଂ ଦେଇ ଇଞ୍ଜିନିୟରିଂ ତଥା ଡାକ୍ତରୀ ପଢାଇବା ପାଇଁ ସେ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ସିଂ ସ୍ଥାନୀୟ ଅତିଥି ଭବନରେ ଏମ୍‌ସିଏଲ୍‌ର ଉଚ୍ଚ ପଦାଧିକାରୀମାନଙ୍କ ସହିତ କାନି କାର୍ଯ୍ୟର ସମୀକ୍ଷା କରିଥିଲେ। ଏମସିଏଲ ସିଏମଡି ଅନୀଲ କୁମାର ଝା, ନିର୍ଦେଶକ (ବୈଷୟିକ) ସଂଚାଳନ ଜେ.ପି.ସିଂ, ସିଏମ୍‌ଡ଼ି ଶେଖର ଶରନ, ନିର୍ଦେଶକ ବୈଷୟିକ (ଯୋଜନା ଓ ପରିଯୋଜନା) ଓ.ପି.ସିଂ, ମହାପ୍ରବନ୍ଧକ ଆର.ପି.ଗୁପ୍ତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*