ଲକ୍ ଡାଉନ୍ ନିଦେ୍ର୍ଦଶ ଉଲ୍ଲଙ୍ଘନ କରି ଦୁଇ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାଲେଶ୍ୱର

କରୋନା ସଂକ୍ରମଣର ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲାରେ ଜାରି ଲକ୍ ଡାଉନ (ତାଲା ବନ୍ଦ) ଉଲ୍ଲଂଘନକାରୀଙ୍କ ଉପରେ ପୁଲିସ ପକ୍ଷରୁ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଛି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ଦ୍ୱାରା ଜାରି ଲକ୍ ଡାଉନ୍ରେ ସାମାଜିକ ଦୂରତ୍ୱ ବଜାଇ ରଖିବା ପରିବର୍ତ୍ତେ ଏହି ନିଦେ୍ର୍ଦଶକୁ ଅବମାନନା କରିଥିବା ସହରର ଦୁଇଜଣ ଅଭିଯୁକ୍ତଙ୍କୁ ବାଲେଶ୍ୱର ଟାଉନ ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ମୋତିଗଞ୍ଜ ବଜାରର ସୁଭଦ୍ରା କସମେଟିକସର ସତ୍ୱାଧିକାରୀ ରବୀନ୍ଦ୍ର ସେଠୀ(୫୦)ଓ ଗୋଳାପୋଖରୀ ନିକଟ ଆକତପୁରର ଏକ ଗ୍ୟାରେଜ ମାଲିକ ବଡଖୁଆ ଗ୍ରାମର ଶ୍ରୀଧର ମାଝୀ(୪୬) । ପୁଲିସ ଓ ପ୍ରଶାସନର ବାରମ୍ବାର ପରାମର୍ଶ ସତ୍ତ୍ୱେ ସରକାରୀ ନିଦେ୍ର୍ଦଶକୁ ଅବମାନନା କରି ସେମାନେ ଆଜି ଦୋକାନ ଓ ଗ୍ୟାରେଜ୍ ଖୋଲିଥିବା ଦେଖିବାକୁ ମିଳିଥିଲା । ବାଲେଶ୍ୱର ଟାଉନ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ରେ ଆଇପିସିର ଶେଷରେ ପୁଲିସ ପକ୍ଷରୁ ଧାରା ୧୮୮/୨୬୯/୩୩୬ ଅନୁଯାୟୀ ୬୬/୨୦୨୦ ଓ ୬୭/୨୦୨୦ ନଂର ଦୁଇଗୋଟି ମାମଲା ରୁଜୁ କରିଛି । ଲକ ଡାଉନ ଆଦେଶକୁ କଡାକଡି ଲାଗୁ କରିବା ପାଇଁ ସରକାର ନିଦେ୍ର୍ଦଶ ଦେଇଥିବା ବେଳେ ଆଗାମୀ ଦିନରେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*