ଲକ୍‌ଡାଉନ୍‌-୪ କଡାକଡି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ଦେଶରେ ଗୁରୁବାର କରୋନା ସଂକ୍ରମିତ ସଂଖ୍ୟା ୧,୧୩,୪୦୦ ପହଞ୍ଚôଯାଇଛି । ଗୁରୁବାର ଦିଲ୍ଲୀରେ ୫୭୧, ତାମିଲନାଡୁରେ ୭୭୬, ରାଜସ୍ଥାନରେ ୧୩୯, ବିହାରରେ ୧୨୪, କର୍ଣ୍ଣାଟକରେ ୧୪୩, ଓଡିଶାରେ ୫୧ ଜଣ ରୋଗୀ ସଂକ୍ରମିତ ମିଳିଛନ୍ତି । ଏମାନଙ୍କ ବ୍ୟତୀତ ଆଉ ୩୦୭ ଜଣ ରୋଗୀ ଅଛନ୍ତି, ଯେଉଁମାନଙ୍କ ବାବଦରେ ରାଜ୍ୟମାନଙ୍କଠାରୁ ସୂଚନା ମିଳିପାରି ନାହିଁ । ଏହି ସୂଚନା କୋଭିଡ୧୯ଇନ୍ଦିଆ.ଓଆରଜି ଏବଂ ରାଜ୍ୟ ସରକାରଙ୍କଠାରୁ ହସ୍ତଗତ ତଥ୍ୟରୁ ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଏବେ ୧,୧୨,୩୫୯ ଜଣ ସଂକ୍ରମିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୩,୬୨୪ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ୪୫,୨୯୯ ଜଣ ସୁସ୍ଥ ମଧ୍ୟ ହୋଇସାରିଛନ୍ତି । ଏହାଛଡା ଇତିମଧ୍ୟରେ୩୪୩୫ ଜଣ ସଂକ୍ରମିତଙ୍କର ମୃତୁ୍ୟ ମଧ୍ୟ ହୋଇସାରିଛି ।
ଅନ୍ୟପଟେ, ଲକ୍‌ଡାଉନ-୪ରେ ଅନେକ ରାଜ୍ୟରେ ସୋସିଆଲ ଡିଷ୍ଟାନ୍ସିଂ ଏବଂ କେନ୍ଦ୍ରର ଗାଇଡଲାଇନର ଠିକ୍‌ ଭାବେ ପାଳନ କରାଯାଉନଥିବା ନେଇ ଗୃହ ମନ୍ତ୍ରଣାଳୟ ଚିନ୍ତାପ୍ରକଟ କରିଛି । ଏଥିପାଇଁ ଗୁରୁବାର କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଲକ୍‌ଡାଉନର ନିୟମକୁ କଡାକଡି କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ନାଇଟ୍‌ କର୍ଫୁ୍ୟ ଗାଇଡଲାଇନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ସଂଧ୍ୟା ୭ଟାରୁ ସକାଳ ୭ଟା ମଧ୍ୟରେ ସବୁପ୍ରକାର ବେଆଇନ ଗତିବିଧି ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଜରୁରୀ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ସିଆରପିଏଫରେ ୯ଟି ନୂଆ କେସ୍‌, ଏଏସଆଇଙ୍କ ମୃତୁ୍ୟ
ଦିଲ୍ଲୀରେ ସିଆରପିଏଫର ୯ ଯବାନଙ୍କଠାରେ ସଂକ୍ରମଣ ମିଳିଛି । ଏହାସହିତ ସିଆରପିଏଫରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫ ହୋଇଯାଇଛି । ସେମାନଙ୍କ ମଧ୍ୟରୁ ଏବେ ୧୨୧ ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ଅନ୍ୟମାନେ ସୁସ୍ଥ ହୋଇସାରିଛନ୍ତି । ବିଏସଏଫରେ ୨୭୪ ସଂକ୍ରମିତ ଯବାନ ସୁସ୍ଥ ହୋଇସାରିଥିବାବେଳେ ୮୭ଜଣଙ୍କର ଚିକିତ୍ସା ଚାଲିଛି । ସେହିପରି ଆଇଟିବିପିର ୧୧୯ ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ ଇତିମଧ୍ୟରେ ଠିକ୍‌ ହୋଇସାରିଛନ୍ତି । ଅନ୍ୟପଟେ କରୋନା ଯୋଗୁ ଜଣେ ଏଏସଆଇଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*