ଲକ୍‌ଡାଉନ୍‌ କାରଣରୁ ଅକ୍ଷୟଙ୍କୁ ବଡ଼ କ୍ଷତି,ଫସି ରହିଛି ୭ ଫିଲ୍ମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଜାରି ରହିଛି ଲକ୍‌ଡାଉନ୍‌ । ଏହି କାରଣରୁ ବଲିଉଡ୍‌ ଏବେ ନିରବ । ସୁଟିଂ ବାତିଲ ସହ ଫିଲ୍ମ ରିଲିଜ ତାରିଖ ମଧ୍ୟ ସ୍ଥିର ହୋଇପାରୁନାହିଁ । ଏହିକ୍ରମରେ କରୋନା ଲଢେଇ ପାଇଁ ସବୁଠୁ ଅଧିକ ସହଯୋଗର ହାତ ବଢାଇଥିବା ଅକ୍ଷୟ କୁମାର ସହିଛନ୍ତି ବଡ଼ କ୍ଷତି ।
ଇନ୍ଦଷ୍ଟ୍ରିର ଅନ୍ୟତମ ସଫଳତା ଅଭିନେତା ହେଉଛନ୍ତି ଅକ୍ଷୟ କୁମାର । ସଦ୍ୟତମ ରିପୋର୍ଟ ଅନୁସାରେ ଲକ୍‌ଡାଉନ୍‌ କାରଣରୁ ଅନ୍ୟ ଅଭିନେତାଙ୍କ ତୁଳନାରେ ଅକ୍ଷୟଙ୍କର ଅଧିକ କ୍ଷତି ଘଟିଛି । ତାଙ୍କର ଗୋଟିଏ ନୁହେଁ କି ଦୁଇଟି ନୁହେଁ ୭ଟି ଫିଲ୍ମ ଫସି ରହିଛି । ଏଥିରେ ସାମିଲ ଅଛି ରୋହିତ ସେଟ୍ଟିଙ୍କ ସୂର୍ଯ୍ୟବଂଶୀ । ଏ ଫିଲ୍ମଟି ମାର୍ଚ୍ଚ ମାସରେ ରିଲିଜ ହେବାକୁ ଥିଲା । ମାତ୍ର ଲକ୍‌ଡାଉନ୍‌ ପାଇଁ ବନ୍ଦ ରହିଛି । ସେହିପରି ଲକ୍ଷ୍ମୀବମ୍‌ରେ ଏକ ଭିନ୍ନ ଅବତାରରେ ମଧ୍ୟ ଆସୁଛନ୍ତି ସେ । ଏହି ଫିଲ୍ମ କେବେ ରିଲିଜ ହେବ ତାହା ଜଣାପଡ଼ିନାହିଁ । ବହୁ ପ୍ରତିକ୍ଷିତ ଫିଲ୍ମ ବେଲ୍‌ବଟମ୍‌ ମଧ୍ୟ ୨୦୨୦ ଶେଷ ବେଳକୁ ରିଲିଜ ହେବାକୁ ଥିଲା । ଏବେ ଫିଲ୍ମକୁ ନେଇ କୌଣସି ସୂଚନା ମିଳିପାରି ନାହିଁ । ଅକ୍ଷୟ ମଧ୍ୟ ଅନ୍ତରଙ୍ଗୀ ରେ ଫିଲ୍ମରେ ଆସିବାକୁ ଥିଲେ । ଏହି ଫିଲ୍ମର ପ୍ରାରମ୍ଭିକ ସୁଟିଂ ଆରମ୍ଭ ହୋଇଥିଲେ ମଧ୍ୟ ଲକ୍‌ଡାଉନ୍‌ ପାଇଁ ବନ୍ଦ ରହିଛି । ସେହିପରି ବଚ୍ଚନ ପାନେ୍ଦରେ ୨୦୨୦ ଡିସେମ୍ବରରେ ରିଲିଜ ହେବାକୁ ଥିଲା । ତାହା ଏବେ ଅନିଶ୍ଚିତତାରେ । ଅକ୍ଷୟଙ୍କ ଆଉ କିଛି ଫିଲ୍ମ ମଧ୍ୟ ଲକ୍‌ଡାଉନ୍‌ କାରଣରୁ ଫସି ରହିଛି । କୁହାଯାଉଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖିଲେ ଏହି ଫିଲ୍ମ ମଧ୍ୟରୁ କିଛି ଫିଲ୍ମ ସମସ୍ୟା କାରଣରୁ ବଡ଼ ପରଦାକୁ ଆସିନପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*