ଲକ୍ଡ଼ାଉନ୍ରେ ବାପାଙ୍କୁ ବସାଇ ଗାଁକୁ ଆଣିଥିବା ଜ୍ୟୋତିଙ୍କୁ ଟ୍ରାଏଲ ପାଇଁ ଡ଼ାକରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ଜୀବନ ବଦଳିଯିବାର ସମ୍ଭାବନା ବନିଛି ବିହାରର ଜଣେ ଦୃଢ଼ମନା ୧୫ ବର୍ଷିର୍ୟା ଯୁବତୀ ଜ୍ୟୋତି କୁମାରୀଙ୍କ ପାଇଁ । ଲକ୍ଡ଼ାଉନ୍ ସମୟରେ ରୋଗଗ୍ରସ୍ତ ବାପାଙ୍କୁ ସାଇକେଳରେ ବସାଇ ୧୨୦୦ କି.ମି. ନେଇଯାଇଥିଲେ ଜ୍ୟୋତି । ସେହି ଖବର ମିଡ଼ିଆରେ ଛାଇଯାଇଥିଲା । ଏବେ ତାଙ୍କୁ ଟ୍ରାଏଲ ପାଇଁ ନିମନ୍ତ୍ରଣ କରିଛି ସାଇକ୍ଲିଂ ଫେଡ଼େରେସନ୍ ଅଫ ଇନ୍ଦିଆ । ଆସନ୍ତା ମାସରେ ଦିଲ୍ଲୀରେ ତାଙ୍କର ଟ୍ରାଏଲ ହେବ । ଲକ୍ଡ଼ାଉନ୍ରେ ଗୁରୁଗ୍ରାମରେ ଅଟକି ଯାଇଥିଲେ ବାପା-ଝିଅ । କିଛି ବ୍ୟବସ୍ଥା ନ ଦେଖି ଜ୍ୟୋତି ଅସୁସ୍ଥ ଥିବା ବାପାଙ୍କ ନିଜ ସାଇକେଲର କ୍ୟାରିଅରରେ ବସାଇ ବାହାରିଯାଇଥିଲେ ଗାଁକୁ । ଦୀର୍ଘ ୭ ଦିନ ସାଇକେଲ ଚଲାଇ ସେ ୧୨୦୦ କି.ମି. ଦୂର ପହଂଚିଥିଲେ ନିଜ ଗାଁରେ । ତାଙ୍କ ପାଖରେ ସାଇକେଲ ଚାଳନାର ଅବସ୍ୟ ଶକ୍ତି ଅଛି ବୋଲି ବିଚାର କରାଯାଉଛି । ଯଦି ଟ୍ରାଏଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜ୍ୟୋତି ପାସ୍ କରନ୍ତି ତା’ହେଲେ ତାଙ୍କୁ ଇନ୍ଦିରାଗାନ୍ଧୀ ଷ୍ଟାଡ଼ିୟମରେ ଥିବା ଜାତୀୟ ସାଇକେଲ ଚାଳନା ଏକାଡ଼େମୀରେ ଭତ୍ତି କରାଯିବ ବୋଲି ଘୋଷଣା କରିଛନ୍ତି ଭାରତୀୟ ସାଇକ୍ଲିଂ ଫେଡ଼େରେସନ୍ର ସଭାପତି ଓଂକାର ସିଂହ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*