ଲକ୍ଷ୍ମୀସାଗର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ‘ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ । ତେଣୁ ଯେଉଁ ସମାଜ ଶିକ୍ଷାକୁ ଯେତେ ଗୁରୁତ୍ୱ ଦେବ, ତାହା ଏକବିଂଶ ଶତାବ୍ଦୀରେ ସେତେ ଅଧିକ ସଫଳତା ହାସଲ କରିବ ବୋଲି ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଥିଲେ ଯେ ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି । ସମାଜ ଆଗକୁ ସେତେବେଳେ ବଢେ ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ । ଆଜିର ସମାଜରେ ଆମେ ନିଜର ଅଧିକାର ପ୍ରତି ଯେତେ ସଚେତନ, ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସଚେତନ ରହିବା ଦରକାର ବୋଲି ସେ କହିଥିଲେ । ସେହିପରି ଏହି ସ୍କୁଲରେ ପାଠ ପଢି ଯାଇଥିବା ପୁରାତନ ଛାତ୍ର ସଂଘର ସଦସ୍ୟମାନେ ନିଜେ ସ୍କୁଲର ଉନ୍ନତି ପାଇଁ କିଛି ଯୋଗଦାନ କରିବା ନେଇ ସେ ପରାମର୍ଶ ଦେଇଥିଲେ ।
ସେ କହିଥିଲେ ଯେ, ୨୦୧୩ରେ ରାଜ୍ୟ ସରକାର ଏହି ସ୍କୁଲର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ନେଇଥିଲେ । ଯେଉଁ ସ୍କୁଲର ଦାୟିତ୍ୱ ସରକାର ୨୦୧୩ ମସିହାରେ ନେଲେ, ସେହି ସ୍କୁଲର ଦାୟିତ୍ୱ ଲକ୍ଷ୍ମୀସାଗର ଅଞ୍ଚଳର କିଛି ଉଦ୍ୟୋକ୍ତାମାନେ ୧୯୬୯ ମସିହାରୁ ନେଇ ଆସୁଥିଲେ । ସାମାଜିକ ଦାୟିତ୍ୱବୋଧର ଏହା ଗୋଟିଏ ଉଦାହରଣ ବୋଲି ଶ୍ରୀ ପ୍ରଧାନ ପରିପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*