ଲକ୍ଷାଧିକ ଟଙ୍କାର ଚାରା ନଷ୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଧର୍ମଗଡ଼

ସରକାର ସବୁଜିମା କରିବା ପାଇଁ ବନୀକରଣ ନାଁରେ ବନ ବିଭାଗ ତରଫରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଚାରା ରୋପଣ କରାଯାଉଛି । ହେଲେ ଏହି ଚାରା ସବୁ ଫରେଷ୍ଟରଙ୍କ ଅବହେଳା ଯୋଗୁଁ ନଷ୍ଟ ହୋଇଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାନ୍ଦି ଜିଲ୍ଲା ଉତ୍ତର ବନଖନ୍ଦର କେଗାଁରେ ।
କଳାହାନ୍ଦି ଜିଲ୍ଲା ଉତ୍ତର ବନଖନ୍ଦର କେଗାଁ ଖଲିଆପାଲି ବିଟ ଠାରେ ଲକ୍ଷାଧିକ ଟଙ୍କାର ଚାରା ବନୀକରଣ ପାଇଁ ଆସିଥିଲା । ହେଲେ କିଛି ଚାରା ରୋପଣ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଚାରା ଏବେ ରୋପଣ ନ ହୋଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀରେ ଅଫିସର ଓ ଫରେଷ୍ଟରଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କଥାକୁ ହାଲୁକା ଭାବେ ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏତେ ସଂଖ୍ୟକ ଚାରା ନଷ୍ଟ ହେବା ପଛରେ ଦାୟୀ କିଏ ଓ ସରକାରଙ୍କ କୋଟିକୋଟି ଟଙ୍କା ପାଣିରେ ପଡୁଥିବା ପାଇଁ ଦାୟୀ କିଏ ବୋଲି ଏବେ ପ୍ରଶ୍ନ ଉଠୁଛି । କେଗାଁ ଫରେଷ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏ ନେଇ ଆମେ ଜିଲ୍ଲା ଉତ୍ତର ବନଖନ୍ଦ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*