ରୋହିତ ଶର୍ମାଙ୍କ ରେକର୍ଡ ଇନିଂସ ୮ ୱିକେଟରେ ମ୍ୟାଚ ଜିତିଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ରାଜକୋଟ

ରୋହିତ ଶର୍ମାଙ୍କ ରେକର୍ଡ ଅର୍ଦ୍ଧଶତକ ଇନିଂସ ଯୋଗୁ ଟିମ୍ ଇନ୍ଦିଆ ଦ୍ୱିତୀୟ ଟି-୨୦ ମ୍ୟାଚରେ ବାଂଲାଦେଶକୁ ୮ ୱିକେଟ୍ରେ ପରାସ୍ତ କରିଛି । ଏଡି ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଏବେ ୧-୧ରେ ଡ୍ର ରହିଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୬ ୱିକେଟ୍ ହରାଇ କରିଥିଲା ୧୫୩ରନ୍ । ଟିମ୍ ଇନ୍ଦିଆ ୨୬ଟି ବଲ୍ ପୂର୍ବରୁ ୨ ୱିକେଟ ହରାଇ ଜିତିଥିଲା ମ୍ୟାଚ । ଆଜିର ମ୍ୟାଚରେ ହିରୋ ଥିଲେ ରୋହିତ ଶର୍ମା । ଭାରତୀୟ ପୁରୁଷ ଖେଳାଳି ଭାବେ ସର୍ବାଧିକ ଆନ୍ତର୍ଜାତିକ ଟି-୨୦ ମ୍ୟାଚ ଖେଳୁଥିବା ରୋହିତ ଆରମ୍ଭରୁ ଦମ୍ ଦେଖାଇଥିଲେ । ସେ ବାଂଲାବୋଲରଙ୍କ ଏଭଳି ଧୁଲାଇ କରିଥିଲେ ଯେ ଅର୍ଦ୍ଧଶତକ ପୂରଣ ହେବା ବେଳକୁ ୪୨ରନ୍ କେବଳ ବାଉନ୍ଦରିରୁ ଆସିଥିଲା । ରୋହିତ ଓ ଧାୱନଙ୍କ ଓପନିଂ ଯୋଡି ୧୦ ଓଭର ବେଳକୁ ୧୦୦ରନ୍ ପାର କରିଦେଇଥିଲେ ଦଳର ସ୍କୋରକୁ । ରୋହିତ ବାଂଲ ସ୍ପିନର ହୁସେନଙ୍କୁ ଲଗାତାର ୩ ଛକା ମାରିଥିଲେ । ଦଳର ପ୍ରଥମ ୱିକେଟ୍ ଭାବେ ଧାୱନ୍ ଆଉଟ୍ ହୋଇଥିଲେ ୩୧ରନ୍ରେ । ସେ ୪ଟି ଚୌକା ମାରିଥିଲେ । ରୋହିତ ଶର୍ମା ବି ଆଉ ଏକ ରେକର୍ଡ ଶତକ ଆଡକୁ ବଢ଼ୁଥିଲାବେଳେ ଆଉଟ୍ ଥିଲେ । ୪୩ବଲ୍ରୁ ଆସିଥିବା ତାଙ୍କର ୮୫ରନ୍ର ଇନିଂସରେ ସାମିଲ ଥିଲା ୬୩ଟି ଲେଖାଏଁ ଛକା ଓ ଚୌକା । ଶ୍ରେୟାର ଆୟାର (୨୪ରନ୍, ୩ଚୌକା, ୧ଛକା) ଓ ରାହୁଲ ୮ରନ୍ କରି ଦଳକୁ ଜିତାଇଥିଲେ ।
ଟସ୍ରେ ଜିତି ଟିମ୍ ଇନ୍ଦିଆ ବଂଲାଦେଶକୁ ପ୍ରଥମେ ବ୍ୟାଟିଂ ପାଇଁ ଡାକିଥିଲା । ଦୁଇ ଭାରତୀୟ ଫାଷ୍ଟ ବୋଲର ଆରମ୍ଭରୁ ଖୁବ୍ ରନ୍ ବ୍ୟୟ କଲେ । ଖଲିଲି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇ ତାଙ୍କ କୋଟାରେ ଦେଇଛନ୍ତି ୪୪ରନ୍ । ବାଂଲାଦେଶ ପକ୍ଷରୁ ମହମ୍ମଦ ନଇମ୍ ସବୁଠାରୁ ଅଧିକ ୩୬ରନ୍ କରିଥିବାବେଳେ ସୌମ୍ୟ ସରକାର ଓ ମହମ୍ମଦଉଲ୍ଲା ଉଭୟ ୩୦ରନ୍ ଲେଖାଏଁ କରିଛନ୍ତି । ଭାରତ ପକ୍ଷରୁ ବହୁତ ଖରାପ ଫିଲ୍ଡିଂ ଦେଖାଯାଇଥିଲା । ଏଥିପାଇଁ ମଧ୍ୟ କିଛି ଅତିରିକ୍ତ ରନ୍ ଦେବାକୁ ପଡିଛି । ସିରିଜର ଶେଷ ନିର୍ଣ୍ଣାୟକ ମ୍ୟାଚ ନାଗପୁରଠାରେ ରହିବାର ଦିନ ଖେଳାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*