ରୋହିତଙ୍କ ଦମଦାର ୮୦: ୪୯ରନରେ ମ୍ୟାଚ ଜିତିଲା ମୁମ୍ବାଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଆବୁଧାବି

ଅଧିନାୟକ ରୋହିତ ଶର୍ମାଙ୍କ ଆର୍କଷଣୀୟ ୮୦ ଏବଂ ପରେ ବୋଲରମାନଙ୍କ ମିଳିତ ଆକ୍ରମଣରେ କୋଲକାତା ନାଇଟ୍‌ ରାଇଡର୍ସକୁ ୧୪୬ରନରେ ଅଟକାଇ ଦେଇ ମୁମ୍ବାଇ ଇନ୍ଦିଆନ୍ସ ବୁଧବାରର ଲଢେଇକୁ ୪୯ରନରେ ଜିତି ନେଇଛି । ୧୯୬ରନର ଟାର୍ଗେଟ କୋଲକାତା ପାଇଁ ରଖିଥିବା ମୁମ୍ବାଇ ଇନ୍ଦିଆନ୍ସ । ହେଲେ ପୁରା ଦଳ ୨୦ଓଭର ସରିଲା ବେଳକୁ ୯ୱିକେଟ ହରାଇ ୧୪୬ରନ ହିଁ କରିପାରିଥିଲା । ପାଟ୍‌ କୁମିନ୍ସ ସର୍ବାଧିକ ୩୩ରନ କରିଥିଲେ । ମୁମ୍ବାଇ ପକ୍ଷରୁ ବୋଲ୍ଟ, ବୁମ୍‌ରା, ପାଟିନସନ୍‌ ଏବଂ ଚହର ସମସ୍ତେ ଦୁଇଟି ଲେଖାଏଁ ସଫଳତା ପାଇଥିଲେ । କୋଲକାତା ନିଜ ପ୍ରଥମ ମ୍ୟାଚ ହାରିଥିଲାବେଳେ ପ୍ରଥମ ମ୍ୟାଚ ହାରିଥିବା ମୁମ୍ବାଇ ଦ୍ୱିତୀୟ ମ୍ୟାଚରେ ବୁଧବାର ବିଜୟ ଦର୍ଜ କରିଛି ।
ରୋହିତ ଶର୍ମାଙ୍କ ବ୍ୟାଟର ଯାଦୁ ଚାଲିବାରେ ମୁମ୍ବାଇ ଇନ୍ଦିଆନ୍ସ କେକେଆର୍‌ ବିପକ୍ଷ ମ୍ୟାଚରେ ବୁଧବାର ଏକ ବଡ଼ ଲକ୍ଷ୍ୟ ପ୍ରଦାନ କରିବାକୁ ସକ୍ଷମ ହୋଇଥିଲା । ଟସରେ ହାରି ଶେଖ୍‌ ଜାଏଦ୍‌ ଷ୍ଟାଡିୟମରେ ନିଜ ଦ୍ୱିତୀୟ ମ୍ୟାଚରେ ବି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ । ନିଜ ଇନିଂସର ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ଡିକକ୍‌ (୧) ଯୁବା ପେସର ମାଭିଙ୍କ ବଲରେ ବଡ଼ ସଟ୍‌ ଖେଳିବାର ପ୍ରୟାସ କଲାବେଳେ ଟପ୍‌ ଏଜ୍‌ ହୋଇଯାଇଥିଲା ବଲ୍‌ । ଯାହାକୁ ଧରିବାରେ ତ୍ରୁଟି କରିନଥିଲେ ନାୟକ୍‌ । ପ୍ରଥମ ୱିକେଟ ଜଲଦି ପଡିଥିଲେ ବି ହତାଶ ହୋଇନଥିଲା ମୁମ୍ବାଇ । ସୂର୍ଯ୍ୟ କୁମାର ଯାଦବ ଆସି ପ୍ରଥମରୁ ବଢିଆ ଟାଇମିଂ ଦେଖାଇବାରେ ରନ୍‌ ଧଡାଧଡ ଆସିବା ବି ଆରମ୍ଭ ହୋଇଯାଇଥିଲା ।
ରୋହିତ ଓ ସୂର୍ଯ୍ୟ କୁମାର ଦ୍ୱିତୀୟ ୱିକେଟରେ ୯୭ରନ ଯୋଗ କରି ଭଲ ମୂଳ ଦୁଆ ପ୍ରଦାନ କରିଥିଲେ ଦଳକୁ । ମ୍ୟାଚ କରି ସଟ୍‌ ପରେ ସଟ୍‌ ଲଗାଉଥିଲେ ଦୁହେଁ । କେବଳ ୨୮ବଲରୁ ୧ ଛକା ଓ ୬ ଚୌକା ସହ ୪୭ରନ କରିଥିଲାବେଳେ ଦ୍ୱିତୀୟ ରନ ପାଇଁ ଯିବା ସମୟରେ ସୁନିଲ ନାରେନଙ୍କ ବଢିଆ ଫିଲ୍ଡିଂ କାରଣରୁ ରନଆଉଟ୍‌ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ତାଙ୍କ ୱିକେଟ ଯିବା ପରେ ବି ରନ୍‌ ଗତି ଖାସ୍‌ କମିନଥିଲା ମୁମ୍ବାଇର । ବାମହାତୀ ସୌରଭ ତିୱାରୀଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ରୋହିତ ଯୋଡିଥିଲେ ୪୯ରନ୍‌ । ଗୋଟିଏ ଲେଖାଏଁ ଛ’କା ଓ ଚୌକା ସହ ୧୩ବଲରୁ ୨୧ରନ କରିବା ପରେ ସୌରଭ ନାରେନଙ୍କ ଶିକାର ବନିଥିଲେ ।
ଶତକର ସମ୍ଭାବନା ରୋହିତଙ୍କ ପାଇଁ ବୁଧବାର ବନିଥିଲେ ମଧ୍ୟ ଅତ୍ୟନ୍ତ ଗୁଳୁଗୁଳିରେ ଲମ୍ବା ସମୟ ଖେଳିବାରେ ସେ ଥକି ଯାଇଥିଲା ପରି ମନେ ହୋଇଥିଲେ ପଛ ଆଡକୁ । ମାଭିଙ୍କ ଏକ ଲୋ-ଫୁଲଟଚ୍‌ ବଲରେ ବଡ୍‌ ସଟ୍‌ ମାରିବା ପ୍ରୟାସରେ କୁମିନ୍ସଙ୍କ ହାତରେ ଲଙ୍ଗ୍‌ଅନ୍‌ରେ ସେ ଧରାପଡିଥିଲେ । ସେତବେଳକୁ ୫୪ବଲରୁ ୬ ଛ’କା ଓ ୩ ଚୌକା ସହ ୮୦ରନ ସଂଗ୍ରହ କରିନେଇଥିଲେ । ହାର୍ଦ୍ଦିକ ପାନ୍ଦ୍ୟା ୧୮ ଓ ପୋଲାର୍ଡଙ୍କ ଯୋଗଦାନ ୧୩ରନର ଥିଲା । ଶେଷ ଦୁଇ ଓଭରରେ ମାଭି ଓ ରସେଲ୍‌ ଭଲ୍‌ ବୋଲିଂ କରିବାରେ ମୁମ୍ବାଇ ସ୍କୋର ୨୦୦ ଛୁଇଁ ନଥିଲା । ତେବେ କୋଲକାତା ନାଇଟ୍‌ ରାଇଡର୍ସର ଦୁଇ ପ୍ରମୁଖ ବୋଲର ପାଟ୍‌ କୁମିନ୍ସ ୪୯ରନ୍‌ ଏବଂ କୁଲଦୀପ ଯାଦବ ୩୯ରନ୍‌ ୱିକେଟ ବାହାର କରିନପାରିବା ଦଳ ପାଇଁ ଚିନ୍ତାର କାରଣ ବନିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*