ରେଳବାଇ ସେବାରୁ ରାଜନୀତିକୁ ଆସିଲେ ଦୟାନିଧି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବାରିପଦା
ମୟୂରଭଞ୍ଜ ଜିଲ୍ଲା ରାଜନୀତି ମଇଦାନକୁ ଆସିଛନ୍ତି ଜଣେ ଉଚ୍ଚଶିକ୍ଷା ଓ ଆଦିବାସୀ ବ୍ୟକ୍ତି ଦୟାନିଧି ମାରାନ୍ଦି । ଦୟାନିଧି ମାରାନ୍ଦିଙ୍କ ନିଜ ଘର ବିଶୋଇ ବ୍ଲକର କାଦୁଆଣି ଗ୍ରାମରେ । ଦୟାନିଧି ଭାରତୀୟ ରେଳବାଇ ସେବାର ଉଚ୍ଚପଦବୀରେ ଥିଲେ । ଭାରତୀୟ ରେଳବାଇ ସେବାର ଉଚ୍ଚ ପଦବୀରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ଦୟାନିଧି ମାରାନ୍ଦି । ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି । ବିଜଦ କିମ୍ବା ଭାଜପାରେ ଯୋଗ ଦେବା ନେଇ ସେ ସ୍ପଷ୍ଟ କରିନାହାନ୍ତି । ମୟୂରଭଞ୍ଜ ଲୋକସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ଥିବା ସୂଚନା ମିଳିଛି । ତେବେ ଏଥିନେଇ ସେ ସ୍ପଷ୍ଟ କରିନାହାନ୍ତି । ଦୟାନିଧିଙ୍କ ପାଇଁ ଭାଜପାରେ ଅଧିକ ସୁଯୋଗ ରହିଛି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ଗୁଜୁରାଟ କ୍ୟାଡର ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ । ମୟୂରଭଞ୍ଜ ଲୋକସଭା ଆସନରେ ଗିରିଶ ଚନ୍ଦ୍ର ମୁର୍ମୁ ଭାଜପା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ମାତ୍ର ଆଜି ସୁଦ୍ଧା ଗିରିଶ ଚନ୍ଦ୍ର ମୁର୍ମୁ ନିଜ ପକ୍ଷରୁ କୌଣସି ମନ୍ତବ୍ୟ ଦେଇନାହାନ୍ତି । ଗିରିଶ ଚନ୍ଦ୍ର ମୁର୍ମୁ ଭାଜପା ପ୍ରାର୍ଥୀ ହେଲେ ମୟୂରଭଞ୍ଜରେ ଅଧିକ ପ୍ରଭାବ ପଡ଼ିବ । ଯଦି ଗିରିଶ ଚନ୍ଦ୍ର ମୁର୍ମୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ତେବେ ଦୟାନିଧି ମାରାନ୍ଦି ଭାଜପାର ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି । ଉଚ୍ଚ ଶିକ୍ଷିତ ଦୟାନିଧି ମାରାନ୍ଦି ଭାଜପାର ପ୍ରାର୍ଥୀ ହେଲେ ନିର୍ବାଚନରେ ପ୍ରଭାବ ନିଶ୍ଚିତ ପଡ଼ିବ ଏବଂ ଏହାର ଫାଇଦା ଭାଜପାକୁ ମିଳିବ । ଡାକ୍ତର ଦେବାଶିଷ ମାରାନ୍ଦି ମୟୂରଭଞ୍ଜ ଲୋକସଭା ଆସନରୁ ବିଜଦ ପ୍ରାର୍ଥୀ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି । ଲୋକସଭା ଆସନରେ ବିଜଦ ପ୍ରାର୍ଥୀ ହେବା ଦୟାନିଧି ମାରାନ୍ଦିଙ୍କ ପାଇଁ ସହଜସାଧ୍ୟ ନୁହେଁ । ତେବେ ବିଜଦର ପ୍ରଭାବଶାଳୀ ନେତା ଦୟାନିଧି ମାରାନ୍ଦିଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ଅଳ୍ପ ଦିନ ମଧ୍ୟରେ ଦୟାନିଧି ମାରାନ୍ଦିଙ୍କ ପ୍ରାର୍ଥôତ୍ୱ ନେଇ ସ୍ପଷ୍ଟ ହୋଇଯିବ ।
ସ୍ୱର୍ଗତ ଭାଗେ ଗୋବର୍ଦ୍ଧନ ଭାରତୀୟ ପ୍ରଶାସନିକ ସେବାରୁ ଅବସର ଗ୍ରହଣ ପରେ ସକି୍ରୟ ରାଜନୀତିରେ ଯୋଗ ଦେଇଥିଲେ । ରାଜନୀତିରେ ଭାଗେ ଗୋବର୍ଦ୍ଧନ ସଫଳ ହୋଇଥିଲେ । ପ୍ରଥମେ ବହଳଦା ନିର୍ବାଚନ ମନ୍ଦଳୀରୁ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟୀ ହୋଇ ଭାଗେ ଗୋବର୍ଦ୍ଧନ ବିଧାୟକ ହୋଇଥିଲେ । ଏହାପରେ ମୟୂରଭଞ୍ଜ ଲୋକସଭା ଆସନରୁ ଜନତା ଦଳର ସାଂସଦ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ ସମୟରେ ଭାଗେ ଗୋବର୍ଦ୍ଧନ ମୟୂରଭଞ୍ଜ ଲୋକସଭା ଆସନରୁ କଂଗ୍ରେସ ଦଳର ସାଂସଦ ହୋଇ ପୁର୍ନବାର କେନ୍ଦ୍ରମନ୍ତ୍ରୀ ହୋଇଥିଲେ ।
ଶ୍ୟାମ ସୁନ୍ଦର ହାଁସଦା ଭାରତୀୟ ପୁଲିସ ସେବାରେ ଅତିରିକ୍ତ ପୁଲିସ ମହାନିଦେ୍ର୍ଦଶକ ପଦବୀରେ ଅବସର ଗ୍ରହଣ କରି ସକ୍ରୀୟ ରାଜନୀତିରେ ଯୋଗ ଦେଇଛନ୍ତି । ଶ୍ୟାମ ସୁନ୍ଦର ହାଁସଦା ରାଜନୀତିରେ ସଫଳ ହୋଇପାରିନାହାନ୍ତି । ୨୦୧୪ ମସିହା ଲୋକସଭା ନିର୍ବାଚନରେ ମୟୂରଭଞ୍ଜ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଶ୍ୟାମ ସୁନ୍ଦର ହାଁସଦା ୪ର୍ଥ ସ୍ଥାନରେ ରହିବା ସହିତ ଅମାନତା ହରାଇଥିଲେ ।
ସ୍ୱର୍ଗତ ଭାଗେ ଗୋବର୍ଦ୍ଧନ ଓ ଶ୍ୟାମ ସୁନ୍ଦର ହାଁସଦା ଅବସର ଗ୍ରହଣ ପରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ । ମାତ୍ର ଦୟାନିଧି ମାରାନ୍ଦି ଭାରତୀୟ ରେଳବାଇ ସେବାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ରାଜନୀତି ମଇଦାନକୁ ଆସିଛନ୍ତି । ରାଜନୀତିରେ ଦୟାନିଧି ସଫଳ ହେଉଛନ୍ତି କି ନାହିଁ ତାହା ଆଗାମୀ ନିର୍ବାଚନରେ ଜଣାପଡ଼ିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*