ରେଳବାଇ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ନିରାପତ୍ତା ସେମିନାର ଆୟୋଜିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସମ୍ବଲପୁର

ସର୍ବଭାରତୀୟ ରେଳବାଇ ଷ୍ଟେସନ ମାଷ୍ଟର ସଂଗଠନ, ସମ୍ବଲପୁର ଦ୍ୱାରା ରେଳବାଇ ଇନ୍‌ଷ୍ଟିଚ୍ୟୁଟ୍‌ ଠାରେ ଏକ ସେମିନାର ଆୟୋଜିତ ହୋଇଯାଇଛି । ଏହି ସେମିନାରରେ ସମ୍ବଲପୁର ରେଳମଣ୍ଡଳର ବିଭିନ୍ନ ଷ୍ଟେସନରେ ଷ୍ଟେସନ ମାଷ୍ଟରମାନେ ଅଂଶ ଗ୍ରହଣ କରିଥିଲେ । ମନ୍ଦଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ରେଳ କର୍ମଚାରୀମାନେ ପରିଚାଳନା ନିୟମ ଓ ଅଧିନିୟମକୁ ସାବଧାନତାର ସହ ଅନୁସରଣ କରିବା ଉଚିତ । ଏହି ଅବସରରେ ବରିଷ୍ଠ ମଣ୍ଡଳ ରେଳ ପ୍ରବନ୍ଧକ ଡ. ମିଲିନ୍ଦ ହରୱେ ଭାରତୀୟ ରେଳବାଇରେ ଷ୍ଟେସନ ମାଷ୍ଟରମାନେ ଆଗଧାଡ଼ିର କର୍ମଚାରୀ, ସେମାନଙ୍କ ବ୍ୟବହାର ରେଳଯାତ୍ରୀଙ୍କ ପ୍ରତି ଭଦ୍ରତା ହେବା ଉଚିତ ଓ ସମସ୍ତଙ୍କୁ ନିୟମିତ ବ୍ୟାୟାମ ଓ ଶରୀର ପ୍ରତି ଯତ୍ନ ନେବାକୁ କହିଥିଲେ ।
ଏହି ସେମିନାରରେ ବରିଷ୍ଠ ମଣ୍ଡଳ ସଂକେତ ଓ ଦୂରସଂଚାର ଯନ୍ତ୍ରୀ ଦୀପ୍ତାକୁ ଶର୍ମା ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ ସଞ୍ଜୟ କୁମାର ତ୍ରିପାଠୀ, ମନ୍ଦଳ ପରିଚାଳନା ପ୍ରବନ୍ଧକ ଶ୍ରୀ. କେ ସନ୍ଦୀପ ଓ ସର୍ବ ଭାରତୀୟ ରେଳବାଇ ଷ୍ଟେସନ ମାଷ୍ଟର ସଂଗଠନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ସାମଲ ଟ୍ରେନ୍‌ ପରିଚାଳନାରେ ନିରାପତ୍ତା ଉପରେ ନିଜର ନିଜର ମତ ପୋଷଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*