ରେପୋ ରେଟ୍‌ରେ ୦.୪୦% ହ୍ରାସ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦେବାକୁ ପଡ଼ିବନି ଇଏମ୍‌ଆଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଲକଡାଉନ କାରଣରୁ ଧିମା ପଡିଥିବା ଅର୍ଥନୀତିକୁ ବେଗ ଦେବା ପାଇଁ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମିତ ପଦକ୍ଷେପ ନେଉଛନ୍ତି । ଲକଡାଉନ ସମୟରେ ୩ୟ ଥର ପାଇଁ ଆବିଆଇ ଆଶ୍ୱସ୍ତକର ଘୋଷଣା କରିଛି । ଏଥିରେ ଇଏମଆଇ ବୋଝ କମ କରିବାର ବଡ ଉଦ୍ୟମ କରାଯାଇଛି । ଶୁକ୍ରବାର ଆରବିଆଇ ରେପୋ ରେଟରେ ୦.୪୦% ହ୍ରାସ ଘୋଷଣା କରିଛି । ଯାହାଫଳରେ ଏବେ ଏହା ୪%ରେ ପହଞ୍ଚିଛି । ବିଶ୍ୱର ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ କରୋନାକୁ ନେଇ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ମୁକାବିଲା ନିମନ୍ତେ ନିୟମିତ ସୁଧ ଦର ହ୍ରାସ କରୁଛନ୍ତି ।
ରେପୋ ରେଟରେ ୦.୪୦% ହ୍ରାସ ଦ୍ୱାରା ଏବେ ଏହା ୪%ରେ ପହଞ୍ଚିଛି । ଅର୍ଥାତ ବ୍ୟାଙ୍କ ମାନଙ୍କୁ ଆରବିଆଇ ଏବେ ପୂର୍ବ ଦର ତୁଳନାରେ କମ ଦରରେ ଋଣ ଯୋଗାଇଦେବ । ଯାହାଫଳରେ ଗ୍ରାହକଙ୍କୁ ମଧ୍ୟ ଶସ୍ତା ଋଣ ମିଳିପାରିବ ।
ଇଏମ୍‌ଆଇ: ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡିମଟର ଋଣ ପାଇଁ ମାସିକିଆ ଇଏମଆଇ ଦେଉଥିବା ଗ୍ରାହକଙ୍କୁ ଆରବିଆଇ ଦେଇଛି ଖୁସି ଖବର । ଏବେ ଗ୍ରାହକ ଚାହିଲେ ଜୁନ, ଜୁଲାଇ ଏବଂ ଅଗଷ୍ଟ ପର୍ଯ୍ୟନ୍ତ ସେମାନଙ୍କ ଇଏମଆଇକୁ ହୋଲ୍ଡ କରିପାରିବେ । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ, ଏବେ ଇଏମଆଇ ପାଇଁ ଗ୍ରାହକଙ୍କୁ ବ୍ୟସ୍ତ ହେବାକୁ ପଡିବ ନାହିଁ । ଏହି ସୁବିଧା ଜୁନ୍‌ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଯାଇଛି । ଏହା ଅର୍ଥ ହେଉଛି ଆସନ୍ତା ୩ମାସ ପର୍ଯ୍ୟନ୍ତ ଆପଣଙ୍କ ଋଣର ଇଏମଆଇ ପାଇଁ ବ୍ୟାଙ୍କମାନେ ଚାପ ସୃଷ୍ଟି କରିପାରିବେ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*