ରେଡିଓ ନମସ୍କାରର ଯୁବ ସାମ୍ବାଦିକା ସମ୍ମାନିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: କୋଣାର୍କ

ଭୁବନେଶ୍ୱରରେ ହୋଟେଲ ଏକ୍ସଲେନ୍ସିଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କେନ୍ଦ୍ରଙ୍କ ବାର୍ଷିକ ସମୀକ୍ଷା କର୍ମଶାଳାରେ ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରର ଯୁବ ସାମ୍ବାଦିକା ରୋଜାଲିନ ପ୍ରଧାନଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟର ୧୭ଟି ଗୋଷ୍ଠୀ ବେତାର କେନ୍ଦ୍ରର ମୋଟ ୮ ଜଣ ଯୁବ ବେତାର ସମ୍ବାଦିକ ସାମ୍ବାଦିକାଙ୍କୁ ସମ୍ମାନିତ କରାଯାଇଥିଲା ।
ୟୁନିସେଫ୍ ସହାୟତାରେ ସାମାଜିକ ଅନୁଷ୍ଠାନ ୟଙ୍ଗ ଇନ୍ଦିଆ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଅତିଥି ଭାବେ ୟୁନିସେଫ୍ର ଓଡ଼ିଶାର ମୁଖ୍ୟ ଡ. ମୋନିକା ନେଲସନ୍ ଓ ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ଆକାଶବାଣୀ ଓ ଦୁରଦର୍ଶନ କେନ୍ଦ୍ରର ପୂର୍ବତନ ମୁଖ୍ୟ ଶାନ୍ତନୁ କୁମାର ରଥ, ଆକାଶବାଣୀ କଟକର ଅଧିକାରୀ ଇତିଶ୍ରୀ ରାଥୋର ପ୍ରମୁଖ ଯୋଗଦେଇ ବାତ୍ୟା,ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଗୋଷ୍ଠୀ ବେତାର କେନ୍ଦ୍ର ଲୋକମାନଙ୍କର ସାଥୀ ହୋଇପାରିଛି ସେ ସମ୍ପର୍କରେ ନିଜର ମତାମତ ରଖିଥିଲେ । ରେଡିଓ ନମସ୍କାରରେ ବାଲ୍ୟ ବିବାହ ଆଇନ, ଶିଶୁ ଶ୍ରମିକ, ସ୍ୱଚ୍ଛତା ଆଦି ନେଇ କାର୍ଯ୍ୟକ୍ରମ କରାଯାଇ ଗୋପ, କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ବିଭିନ୍ନ ଗାଁ ସ୍କୁଲରେ ନ୍ୟାରୋକାଷ୍ଟିଂ ମାଧ୍ୟମରେ ଜସାଧାରଣଙ୍କୁ ନିରନ୍ତର ଭାବେ ସଚେତନତା କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*