ରୂପା ବର୍ଷା:ଲୋକେ ଗୋଟେଇ ଘରକୁ ନେଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ପାଟନା

ବିହାରର ସୀତାମଢି ଅଞ୍ଚଳରେ ଲୋକେ ସକାଳୁ ଉଠିବା ପରେ ଜାଣିବାକୁ ପାଇଥିଲେ ଯେ, ରାସ୍ତାରେ ରୂପାର ଛୋଟ ଛୋଟ ଖନ୍ଦ ଏବଂ ଦାନା ସବୁ ପଡ଼ିଛି । ଏହା ପରେ ରୂପା ଗୋଟାଇବା ପାଇଁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା । କିଏ ୧୦୦ ଗ୍ରାମ ତ ଆଉ କିଏ ୫୦୦ ଗ୍ରାମ ରୂପା ପାଇଥିଲେ । ଅଞ୍ଚଳରେ ବଡ଼ ଗୁଜବ ସୃଷ୍ଟି ହୋଇଯାଇଥିଲା ଯେ, ଏଠାରେ ରୂପା ବର୍ଷା ହୋଇଛି । ଘଟଣାକୁ ନେଇ ନୂଆ ନୂଆ କାହାଣୀ ଜନ୍ମ ନେଉଥିଲା ବେଳେ ଘଟଣାକୁ ରୂପା ଚୋରୀ ଓ କଳା ବଜାରୀର ମାମଲା ଭାବେ ଗ୍ରହଣ କରି ପୁଲିସ ଆରମ୍ଭ କରିଛି ଯାଞ୍ଚ ।
ଘଟଣାଟି ନେପାଳର ସୀମାନ୍ତ ଅଞ୍ଚଳରେ ହୋଇଥିଲା । ତେଣୁ ଚୋରୀ ଘଟଣାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କୁହାଯାଉଛି ଯେ ଦୁର୍ବୃତ୍ତମାନେ ରୂପା କଳା ବଜାରୀ, ଚୋରା ଚାଲାଣ କରିବା ସମୟରେ ବସ୍ତାରୁ ଏହା ଖସି ରାସ୍ତାରେ ପଡ଼ିଥିଲା । ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି । କୁହାଯାଉଛି ଯେ, ଏହି ରୂପାର କ୍ୱାଲିଟି ମଧ୍ୟ ବେଶ ଭଲ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*