ରୁଚି ଉଦ୍ୟୋଗ ପକ୍ଷରୁ ବିଶ୍ୱକର୍ମା ପୂଜା ମହାମିଳନ ପର୍ବରେ କର୍ମଚାରୀ ହେଲେ ପୁରସ୍କୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ରୁଚି ଶିଳ୍ପାନୁଷ୍ଠାନ ପକ୍ଷରୁ ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମଧୁପାଟଣା ଶିଳ୍ପାଚଂଳ ସ୍ଥିତ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରୁଚି ପରିବାର ପକ୍ଷରୁ ଦେବଶିଳ୍ପୀଙ୍କ ପୂଜାର୍ଚ୍ଚନା ଓ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ରୁଚି ମହାମିଳନ ପର୍ବ ଆୟୋଜିତ ହୋଇଥିଲା । ରୁଚିର ନିଦେ୍ର୍ଦଶିକା ସଙ୍ଗୀତା ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହର ଉଦ୍ଘାଟନ କରିଥିଲେ । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ପ୍ରତିଭାବାନ ଯୁବ ଅଭିନେତା ଶୁଭାଶିଷ । ଏହି ଅବସରରେ ରୁଚି ଉଦ୍ୟୋଗରେ କାର୍ଯ୍ୟରତ ବିଜୟଲକ୍ଷ୍ମୀ ବେହେରା, ପି. ନିର୍ମଳା ରାଓ, ସଂଯୁକ୍ତା ସ୍ୱାଇଁ, ବନିତା ମହାନ୍ତି, ମନୋଜ ମହାପାତ୍ର, ପ୍ରଫୁଲ୍ଲ କୁମାର ଜେନା, ସ୍ମୃତିରଂଜନ ଜେନା ଓ ରବୀନ୍ଦ୍ର ବେହେରାଙ୍କୁ ୫ ହଜାର ଟଙ୍କା ଲେଖାଏ ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା । ଏହା ସହିତ ଆଉ ୪୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଗୃହ ଉପକରଣ ସାମଗ୍ରୀ ଉପହାର ପ୍ରଦାନ କରାଯାଇଥିଲା । ରୁଚିର ପରିଚାଳନା ନିଦେ୍ର୍ଦଶକ ଡକ୍ଟର ଶରତ କୁମାର ସାହୁ, ନିଦେ୍ର୍ଦଶିକା ସଲିନା ସାହୁ, ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗ ଓ ମାନବ ସମ୍ବଳ ବିଭାଗର ଉପମହାପ୍ରବନ୍ଧକ ସନ୍ଦୀପ ବେହେରା ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଅଭିନେତା ଶୁଭାଶିଷ, ମନୋଜ ଡବ୍ରୱାଲ ଓ ମୁଙ୍ଗିଲାଲ ଭାୟାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ରୁଚିର ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଓ ହ୍ୱାଇଟ୍ କାନଭାସ୍ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ସଂଚାଳନ କରିଥିଲେ । ଗାୟିକା ପ୍ରିୟଙ୍କା, ପିଙ୍କି ଓ ପ୍ରିନ୍ସ୍ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ଏଜିଏମ୍ ଲକ୍ଷ୍ମୀଧର ସାହୁ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ବରିଷ୍ଠ ସୂଚନା ଅଧିକାରୀ ଡକ୍ଟର ନିହାର ରଂଜନ ସାହୁ ଓ ଉପପ୍ରବନ୍ଧକ ପ୍ରସନ୍ନ କୁମାର ସାହୁ ପ୍ରମୁଖ ବହୁ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*