ରିହାତି କାରଣରୁ ୩ବର୍ଷରେ ରେଳବାଇ ହରାଇଛି ୭୪୧୮କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ରେଳବାଇ ପକ୍ଷରୁ ନିଜ କର୍ମଚାରୀ, ବରିଷ୍ଠ ଯାତ୍ରୀ, ଛାତ୍ରଛାତ୍ରୀ,ରୋଗୀଙ୍କ ପାଇଁ ଟିକେଟ୍‌ରେ ରିହାତି ବ୍ୟବସ୍ଥା ଦିଆଯାଇଥାଏ । ହେଲେ ଏହି ରିହାତି କାରଣରୁ ରେଳବାଇକୁ ବଡ ପରିମାଣର ଖର୍ଚ୍ଚ ବୋଝ ସହିବାକୁ ପଡୁଛି । କ୍ୟାଗ୍‌ ରିପୋର୍ଟ ଅନୁସାରେ ଗତ ୩ବର୍ଷ ମଧ୍ୟରେ ଯାତ୍ରୀ ଟିକେଟ ବାବଦରେ ରେଳବାଇର ଯେଉଁ ଆୟ ହୋଇଥାଏ ତାହାର ପାଖାପାଖି ୮.୪୨ପ୍ରତିଶତ ରିହାତି ଯୋଗୁ ହୋଇପାରିନାହିଁ । ଏହି ପରିମାଣ ପାଖାପାଖି ୭୪୧୮କୋଟି ଟଙ୍କା ।
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୧୭-୧୮ରେ ରେଳବାଇ ଯାତ୍ରୀ ଟିକେଟରୁ ୩୦୯୮୦.୪୨କୋଟି ଟଙ୍କା ରାଜସ୍ୱ ହାସଲ କରିଥିଲା । ଅନ୍ୟପଟେ ରିହାତି ବାବଦରେ ୨୬୪୪କୋଟି ଟଙ୍କା ରେଳବାଇ ହରାଇଛି । ୨୦୧୬-୧୭ବର୍ଷର୍ରେ ଏହି କାରଣରୁ ୨୪୭୭.୫୯କୋଟି ଟଙ୍କାର କ୍ଷତି ହୋଇଥିଲା । ରିପୋର୍ଟ ଅନୁସାରେ ବରିଷ୍ଠ ଯାତ୍ରୀଙ୍କ ବାବଦରେ ଅଧିକ ବୋଝ ସହୁଛି ରେଳବାଇ । ଗତ ୩ବର୍ଷ ମଧ୍ୟରେ ଏହି କାରଣରୁ ରେଳବାଇ ନିଜ ଟିକେଟ୍‌ ରାଜସ୍ୱରେ ୩୮୯୪.୩୨କୋଟି ଟଙ୍କା ଯୋଡିପାରିନାହିଁ । ସେହିପରି ରେଳ କର୍ମଚାରୀଙ୍କ ସୁବିଧା ପାଇଁ ମଧ୍ୟ ରେଳବାଇ ୩ବର୍ଷ ମଧ୍ୟରେ ହରାଇଛି ୨୭୫୯.୨୫କୋଟି ଟଙ୍କା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*