ରିଲିଜ ହେବାକୁ ଥିବା ‘ଆୟେଶା’ ଚଳଚ୍ଚିତ୍ର ବିରୋଧରେ ଶୋଭାଯାତ୍ରା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭଦ୍ରକ

ମହାପୁରୁଷ ମହମ୍ମଦ (ସଅ)ଙ୍କ ଧର୍ମପତ୍ନୀ ତଥା ମୁସଲମାନ ଜାତିର ପବିତ୍ର ମାଁ ହଜରତ ବିବି ଆୟେଶା ସିଦ୍ଦିକାଙ୍କ ନମରେ ‘ଆୟେଶା’ ନାମକ ବିକୃତ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ସେହି ଚଳଚ୍ଚିତ୍ରର ଟ୍ରେଲର ୟୁଟୁ୍ୟବ ଏବଂ ଫେସ୍ବୁକ୍ରେ ଛଡା ଯାଇଥିବାରୁ ଏହାକୁ ‘ଗୁଜିଦରଡ଼ା ଏହେଲ ସୁନ୍ନତ ଜମାତ’ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ବିବାଦୀୟ ସେହି ଚଳଚ୍ଚିତ୍ରକୁ ରିଲିଜ କରାଇ ନ ଦେବା ଏବଂ ଚଳଚ୍ଚିତ୍ରର ନିର୍ମାତାଙ୍କୁ ଗିରଫ କରିବା ଦାବିରେ ରବିବାର ଗୁଜିଦରଡ଼ାର ହଜାର ହଜାର ମୁସଲମାନ ଭାଇମାନେ ନିରବ ଶୋଭାଯାତ୍ରା କରି ଭାରତର ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଭଦ୍ରକ ଜିଲ୍ଳାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଚଳଚ୍ଚିତ୍ରରେ ମୁସଲମାନ ଜାତିର ପବିତ୍ର ମାଁଙ୍କ ଚରିତ୍ରକୁ ଅତି ବିକୃତ କରାଯିବା ଦ୍ୱାରା ଏହା ଏହେଲ ସୁନ୍ନତ ଜମାତ ସମ୍ପ୍ରଦାୟଙ୍କୁ କଠୋର ଆଘାତ ଦେଇଥିବାରୁ ଏହାକୁ ଦୃଢ ବିରୋଧ କରାଯାଇଛି । ଏହା ବିରୋଧରେ ଶୋଭାଯାତ୍ରାରେ ହଜାର ହଜାର ମୁସଲମାନ ଭାଇମାନେ ଯୋଗ ଦେଇ ପ୍ରଥମେ ଗୁଜିଦରଡ଼ା ସ୍ଥିତ ଖାନ୍କା-ଏ-ନେମାଡିୟାରେ ଏକତ୍ରିତ ହୋଇଥିଲେ । ପରେ ସେଠାରୁ ବିଶାଳ ଶୋଭାଯାତ୍ରା କରି ବଜାର ପରିକ୍ରମା କରି ଇଦ୍ଗାହ ମଇଦାନରେ ପହଞ୍ଚିଥିଲେ । ଶୋଭାଯାତ୍ରାକାରୀଙ୍କ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉକ୍ତ ଘଟଣାଟିର ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଗୁଜି ଦରଡ଼ାର ଇନତୋଜାମିୟା କମିଟିର ସଭାପତି ହାଜୀ ଇଜାତୁର ରହେମାନ ଖାଁ, ହାଜୀ ତଜମୁଲ ହକ, ସମ୍ପାଦକ ହାଜୀ ସେକ ଜମିଲୁଦ୍ଦିନ, ହାଜୀ ସେକ ଅବଦୁଲ ଖାଲିକ, ସେକ ଅମାନୁଲ୍ଲା, ହାଜୀ ସେକ ମହମ୍ମଦ ଫାରୁକ, ସେକ ନେଜାମୁଦ୍ଦିନ, ମୀର ଅବଦୁଲ ହାଫିଜ, ଫରହଦ ଆଲାମ ଖାଁ, ସେକ ଅଜିମୁଦ୍ଦିନ, ଇବାଦୁର ରମେହମାନ ଖାଁ, ସେକ୍ ନେମାତୁଲ୍ଲା, ସେକ୍ ମହମ୍ମଦ ରଫିକ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*