ରିଲିଜ ଅପେକ୍ଷାରେ ‘ମାଲ୍‌ ମହୁ, ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପୁଣି ଏକ ବିଗ୍‌ ବ୍ୟାନର ସିନେମାରେ କାମ କରୁଛନ୍ତି ସବ୍ୟସାଚୀ ଓ ଏଲିନା । ଆମର ମୁ୍ୟଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରଥମ ସିନେମା ‘ମାଲ୍‌ ମହୁ, ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି’ ଏଇ ନଭେମ୍ବର ମାସ ପ୍ରଥମ ସପ୍ତାହରେ ରିଲିଜ୍‌ ହେବ । ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଏଲିନା । ଆଗରୁ ଏହି ଯୋଡ଼ିକୁ ଦର୍ଶକ ଗତବର୍ଷ ଦୁଇଟି ସିନେମାରେ ଦେଖିବାକୁ ପାଇଥିଲେ । ଏହି ସିନେମା ହେଲା ‘ଟୋକା ଟା ଫସିଗଲା’ ଏବଂ ‘ଫୋର୍‌ ଇଡିଅଟସ୍‌’ । ‘ମାଲ ମହୁ, ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତୃତୀୟ ଥର ଲାଗି ଆସୁଛନ୍ତି ସବ୍ୟ-ଏଲିନାଙ୍କ ଯୋଡ଼ି । ଏହା ରିଲିଜ୍‌ ହେଲେ ହାଟ୍ରିକ୍‌ କରିବ ଏହି ଯୋଡ଼ି । ଏହି ଫିଲ୍ମର ନିଦେ୍ର୍ଦଶନା ଦେଉଛନ୍ତି ରମେଶ ରାଉତ । ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡଃ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ଅଭିଜତ୍‌ ମଜୁମ୍‌ଦାର । ଇତି ମଧ୍ୟରେ ସିନେମାର ସୁଟିଂ ଶେଷ ହେବା ସହ ପୋଷ୍ଟ ପ୍ରଡକ୍ସନ୍‌ କାମ ଶେଷ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*