ରିଲିଜ୍‌ ପାଇଁ ପ୍ରସ୍ତୁତ ‘ବାଳ-ଦି ରିଦିମ୍‌ ଅଫ୍‌ ଲାଇଫ୍‌’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ତରଙ୍ଗ ସିନେ ପ୍ରଡକ୍ସନ୍‌ର ନୂଆ ସିନେମା ହେଉଛି ‘ବାଳ-ଦି ରିଦିମ୍‌ ଅଫ୍‌ ଲାଇଫ୍‌’ । ଏହା ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ । ‘ବାଳ- ଦି ରିଦିମ୍‌ ଅଫ୍‌ ଲାଇଫ୍‌’ ଏକ ଭିନ୍ନ ସ୍ୱାଦର ସିନେମା ବୋଲି କୁହାଯାଉଛି । ଜଣେ ବାଳ ହରାଇଥିବା ବ୍ୟକ୍ତିର ଆତ୍ମକଥା ବୋଲି କୁହାଯାଉଛି । ଏହି ସିନେମାରେ ଏହି ବାଳ ହରେଇଥିବା ବ୍ୟକ୍ତି ଭୂମିକାରେ ଅଛନ୍ତି ନବାଗତ ସମୀର ଶତପଥୀ । ଏଥିରେ ଦୁଇଜଣ ନାୟିକା ଅଛନ୍ତି । ସେମାନେ ହେଲେ ଦିବ୍ୟା ଏବଂ ଅନନ୍ୟା । ଦିବ୍ୟାଙ୍କୁ ଦର୍ଶକ ଦୁଇଟି ସିନେମା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଏବଂ ମିଷ୍ଟର ମଜନୁ’ରେ ଦେଖିସାରିଥିବା ବେଳେ ତାଙ୍କ ଅଭିନୀତ ଆଉ ଏକ ସିନେମା ‘ପ୍ରେମ୍‌ ଏଟିଏମ୍‌’ ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ ।
ଅପରପକ୍ଷରେ ନାୟିକା ଭାବେ ରମେଶ ରାଉତଙ୍କ ନିଦେ୍ର୍ଦଶିତ ତଥା ଯୁଗାଂଶୁ ଶେଖର ପନ୍ଦାଙ୍କ ପ୍ରାଯୋଜିତ ଫିଲ୍ମ ‘ଗଡ୍‌ ଫାଦର’ ହେଉଛି ଅନନ୍ୟା ମିଶ୍ରଙ୍କର ପ୍ରଥମ ଓଡ଼ିଆ ସିନେମା । ଏଥିରେ ଅନନ୍ୟାଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ନବାଗତ ସତ୍‌ଶ୍ରୀ । ଅନନ୍ୟାଙ୍କ ନାୟିକା ଭାବେ ଅନ୍ୟ ସିନେମା ହେଲା ‘କଟିପତଙ୍ଗ’ । ଏବେ ରିଲିଜ୍‌ ଅପେକ୍ଷାରେ ରହିଛି ତାଙ୍କର ଆଉ ଏକ ସିନେମା ଯାହାର ଟାଇଟଲ ହେଲା ‘ପ୍ରେମ ବନ୍ଧନ’ । ‘ବାଳ- ଦି ରିଦିମ୍‌ ଅଫ୍‌ ଲାଇଫ୍‌’ର କାହାଣୀ, ଚିତ୍ରନାଟ୍ୟ ଓ ନିଦେ୍ର୍ଦଶନା ଦାୟିତ୍ୱରେ ଅଛନ୍ତି ଅମରେଶ ପତି । ଦେବୀଦତ୍ତ ମହାନ୍ତି ଏବଂ ସଞ୍ଜୟ ମହାକୁଳ ଫିଲ୍ମର ସଂଳାପ ଲେଖିଛନ୍ତି । ଅଭିଜିତ ମଜୁମଦାର ଏହାର ସଙ୍ଗୀତାକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*