ରିଲିଜ୍‌ ଅପେକ୍ଷାରେ ‘ଡାର୍ଲିଂ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରିଲିଜ୍‌ ହେବାକୁଯାଉଛି ଓଡ଼ିଆ ସିନେମା ‘ଡାର୍ଲିଂ’ । ଏଥିରେ ଦର୍ଶକ ଏକ ନୂଆ ଯୋଡ଼ିକୁ ଭେଟିବେ । ସେମାନେ ହେଲେ ବରଦା ପ୍ରସନ୍ନ ଜେନା-ସୁଶ୍ରୀ । ଏହି ସିନେମାରେ ନବାଗତ ବରଦା ପ୍ରସନ୍ନ ଜେନା ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ସୁଶ୍ରୀ ନାୟିକା ସାଜିଛନ୍ତି । ଏତଦ୍‌ବ୍ୟତୀତ ଉତ୍ତମ ମହାନ୍ତି, ପ୍ରଦୁ୍ୟମ୍ନ ଲେଙ୍କା, ଅସିତ୍‌ ପତି, ପୀୟୁଷ୍‌ ଏବଂ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି ଏହି ଫିଲ୍ମରେ । ଜଣାଶୁଣା ସଂଳାପକାର ଡଃ ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତକାର ଦୀପକ କୁମାର ଏଥିରେ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ।
‘ଡାର୍ଲିଂ’ର କାହାଣୀର ମୂଳରେ ରହିଛି ଏକ ମୋଟର ସାଇକେଲ । ଫିଲ୍ମର ହିରୋର ସବୁଠୁ ପ୍ରିୟ ହେଉଛି ତା’ର ମୋଟର ସାଇକେଲ । ସେ ଏକ ଅଫିସ୍‌ରେ କାମ କରେ । ଦିନେ ନାୟକ ଅଫିସ୍‌ ଆଗରେ ନିଜର ମୋଟର ସାଇକେଲଟି ରଖି କାମ କରୁଥାଏ । କିଛି ସମୟ ପରେ ଅଫିସ୍‌ ସମ୍ମୁଖରେ ଜଣେ କର୍ପୋରେଟରଙ୍କର ହତ୍ୟା ହୁଏ । ହତ୍ୟାକାରୀ ଜଣକ ନାୟକର ମୋଟର ସାଇକେଲ ଧରି ଫେରାର ହୋଇଯାଏ ।
ନିଜର ପ୍ରିୟ ବାଇକ୍‌କୁ ଯେତେବେଳେ ନାୟକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଏନା, ସେତେବେଳେ ସେ ବ୍ୟତିବ୍ୟସ୍ତ ହୋଇ ପଡ଼େ ଏବଂ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରେ । ପୁଲିସ୍‌ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଏ ଯେ, ସେ ଅଞ୍ଚଳର କୁଖ୍ୟାତ ଚୋରା ବେପାରୀ ମୋଟର ସାଇକେଲ ନେଇ ଚାଲିଯାଇଛି । ଉକ୍ତ ପୁଲିସ୍‌ ଅଫିସ୍‌ର ଜଣକ ଚୋରା ବେପାରୀଠାରୁ ମାସିକିଆ ବଟି ନେଉଥିବା କାରଣରୁ ଏ ଘଟଣାରେ ମୁନ୍ଦ ଖେଳାନ୍ତି ନାହିଁ । ତେବେ ନାୟକ କିପରି ତା’ର ଅତି ପ୍ରିୟ ବାଇକ୍‌ଟିକୁ ଫେରି ପାଇବାରେ ସଫଳ ହୁଏ ଏବଂ ତା ଭିତରେ କି ରହସ୍ୟ ରହିଛି ତାହା ଜାଣିବା ଲାଗି ଆପଣଙ୍କୁ ଫିଲ୍ମ ‘ଡାର୍ଲିଂ’ ରିଲିଜ୍‌ ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*