ରିଲାଏନ୍ସର ବଡ ସଫଳତା ବନିଲା ୧୦ଲକ୍ଷ କୋଟି ଟଙ୍କାର ପ୍ରଥମ କମ୍ପାନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଶକ୍ତିକ୍ଷେତ୍ରରୁ ଆରମ୍ଭ କରି ଟେଲିକମ୍‌ କ୍ଷେତ୍ରରେ ବ୍ୟବସାୟ କରୁଥିବା କମ୍ପାନୀ ରିଲାଏନ୍ସ ଇନ୍ଦଷ୍ଟି୍ରଜ୍‌ ଲିମିଟେଡ (ଆରଆଇଏଲ୍‌) ଗୁରୁବାର ୧୦ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜି ହାସଲ କରିଥିବା ପ୍ରଥମ ଭାରତୀୟ କମ୍ପାନୀ ବନିଛି । ଏହି ଶୀର୍ଷ ସ୍ଥାନରେ ପହଞ୍ଚôବାକୁ କମ୍ପାନୀଙ୍କୁ ଲାଗିଥିଲା ୩୦ବର୍ଷ ।
ଗତ ୩୦ବର୍ଷ ଧରି କପଡ଼ା ବ୍ୟବସାୟରୁ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ନିଜର ଆଧିପତ୍ୟ ବିସ୍ତାର କରିବା ସହ ଏହି ସଫଳତା ପାଇଛି । ଏଥି ସହ ଗ୍ରାହକଙ୍କ ଆବଶ୍ୟକତାକୁ ଉପଲବ୍ଧô କରି କମ୍ପାନୀ ଡିଜିଟାଲ ଏବଂ ରିଟେଲ୍‌ ସେଗମେଣ୍ଟରେ ବଡ ପରିମାଣର ନିବେଶ ମଧ୍ୟ କରିଛି ।
କମ୍ପାନୀର ନୀତି ଓ ପଦକ୍ଷେପକୁ ଦୃଷ୍ଟିରେ ରଖି ନିବେଶକମାନେ ମଧ୍ୟ କମ୍ପାନୀ ଉପରେ ବଡ ଭରସା କରି ଆସୁଛନ୍ତି । ଯେଉଁ କାରଣରୁ ଜାନୁୟାରୀ ୧୯୯୧ପରେ କମ୍ପାନୀର ମୂଲ୍ୟାୟନ ୬୦,୭୪୨ଗୁଣା ବୃଦ୍ଧି ପାଇଛି । ଏହି ଅବଧିରେ ରିଲାଏନ୍ସ ଇନ୍ଦଷ୍ଟି୍ରଜର ସେୟାର ମୂଲ୍ୟ ୧୪,୨୦୦ପ୍ରତିଶତରୁ ଅଧିକ ବଢିଛି । କମ୍ପାନୀର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଇଣ୍ଟର ନ୍ୟାସନାଲ୍‌ ରେଟିଂ ଏଜେନ୍ସୀମାନେ କମ୍ପାନୀ ଉପରେ ମଧ୍ୟ ବେଶ ଭରସା କରିଛନ୍ତି । ଏସ ଆନ୍ଦ୍‌ ପି ଏବଂ ମୁଡିଜ୍‌ ଦ୍ୱାରା ରେଟିଂ ପାଇଥିବା ପ୍ରଥମ କମ୍ପାନୀ ଭାବେ ମାନ୍ୟତା ହାସଲ କରିଥିଲା ରିଲାଏନ୍ସ । ୨୦୧୯ରେ ତ୍ରୟୋମାସିକ ଆଧାରରେ ୧୦ହଜାର କୋଟିରୁ ଅଧିକ ଲାଭ ପାଇଥିବା କମ୍ପାନୀର ଶ୍ରେୟ ମଧ୍ୟ କମ୍ପାନୀ ନିଜ ନାମରେ କରିଛି ।
ଜାନୁୟାରୀ ୨, ୧୯୯୧ରୁ ଆରମ୍ଭ କରି ୨୯ ନଭେମ୍ବର ୨୦୧୯ ମଧ୍ୟରେ ରିଲାଏନ୍ସ ଇନ୍ଦଷ୍ଟି୍ରଜ ଲିମିଟେଡର ବଜାର ପୁଞ୍ଜିରେ ୬୦୦ଗୁଣାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଏହି ଅବଧିରେ ଏଲଆନ୍ଦଟି, ଅଶୋକ ଲେଲ୍ୟାନ୍ଦ, ଟାଟା ଷ୍ଟିଲ୍‌, ସିଏଟ୍‌ ତଥା ଅନ୍ୟ କିଛି ଅଗ୍ରଣୀ କମ୍ପାନୀଙ୍କ ବଜାର ପୁଞ୍ଜିକରଣ ୧୫ଗୁଣାରୁ ୨୦୫ଗୁଣା ବଢିଛି । ୨୦୦୯ ମସିହା ପରଠାରୁ ରିଲାଏନ୍ସ ଇନ୍ଦଷ୍ଟି୍ରଜର ଲାଭାଂଶ ବୃଦ୍ଧି ପାଇବାର ଧାରା ଆରମ୍ଭ ହୋଇଥିଲା ।
କମ୍ପାନୀର ଅଭିବୃଦ୍ଧିରେ ଋଣ ପରିମାଣର ବଡ ଭାଗିଦାରୀ ରହିଥିଲା । ଯେଉଁ କାରଣରୁ ଅନ୍ୟ ସମୟରେ ନିବେଶକମାନେ ଚିନ୍ତା ପ୍ରକଟ ମଧ୍ୟ କରୁଥିଲେ । ମାର୍ଚ୍ଚ ୩୧, ୨୦୧୯ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀର ଋଣ ୨୭୭ପ୍ରତିଶତ ବୃଦ୍ଧି ପାଇ ୨.୮୭ଲକ୍ଷ କୋଟିରେ ପହଞ୍ଚô ଯାଇଥିଲା । ୨୦୦୯ ଆର୍ଥିକ ବର୍ଷରେ ଋଣ ପରିମାଣ ଥିଲା ୭୨,୨୫୬ କୋଟି ଟଙ୍କା । ତେବେ କମ୍ପାନୀ ୨୦୨୧ ସୁଦ୍ଧା ନିଜ ଋଣ ପରିମାଣକୁ ଶୂନ କରିବାର ସଂକଳ୍ପ ନେଇଛି । ଏତେ ପରିମାଣର ଋଣ ସତ୍ତ୍ୱେ କମ୍ପାନୀର ଏହି ଅଭିବୃଦ୍ଧି ଓ ସଫଳତାକୁ ନେଇ ବିଦେଶୀ ଓ ଘରୋଇ ବ୍ରୋକରେଜ୍‌ ଫାର୍ମାମାନେ ମଧ୍ୟ ଚକିତ ହୋଇ ପଡିଛନ୍ତି । ତେବେ କମ୍ପାନୀର ଅଭିବୃଦ୍ଧିର ଧାରା ପ୍ରତି ସେମାନଙ୍କର ରହିଛି ଦୃଢ଼ ବିଶ୍ୱାସ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*