ରାହୁଲଙ୍କ ବିଦେଶ ଗସ୍ତକୁ ଆଧ୍ୟାତ୍ମିକ ଯାତ୍ରା କହିଲା କଂଗ୍ରେସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବାୟନାଡର ସାଂସଦ ରାହୁଲ ଗାନ୍ଧୀ ପୁଣି ବିଦେଶ ଯାତ୍ରା କରିଛନ୍ତି । ରିପୋର୍ଟ ମୁତାବକ, ରାହୁଲ ସୋମବାର ଦିନ ବିଦେଶ ଗସ୍ତ କରିଥିବାବେଳେ ସେଠାରେ ସେ ଏକ ସପ୍ତାହ ପର୍ଯ୍ୟନ୍ତ ରହିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷେ ନିଜ ଦଳର ଖରାପ ଅର୍ଥବ୍ୟବସ୍ଥାକୁ ନେଇ ସରକାର ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତି ହେଉଥିବା ସୂତ୍ରରୁ ଜଣାପଡ଼ିଛି ।
ସୂଚନାଥାଉ ଯେ, କଂଗ୍ରେସ ଆସନ୍ତା ନଭେମ୍ବର ୧ ରୁ ୮ ତାରିଖ ମଧ୍ୟରେ ବଡ଼ ଧରଣର ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବ । ପାର୍ଟିର ବରିଷ୍ଠ ନେତା ପ୍ରତ୍ୟେକ ରାଜ୍ୟର ରାଜଧାନୀ ସମେତ ବଡ଼ ସହରମାନଙ୍କରେ ୩୫ଟି ସାମ୍ବାଦିକ ସମ୍ମିଳନୀର ଏକ ଶୃଙ୍ଖଳାକୁ ସମ୍ବୋଧିତ କରିବେ ।
ଆର୍ଥôକ ମାନ୍ଦାବସ୍ଥା, କୃଷକ ଏବଂ ଯୁବଗୋଷ୍ଠୀଙ୍କ ଦୁର୍ଦଶାକୁ ଫୋକସ୍‌ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦେ୍ଦଶ୍ୟ । ଏହି ପ୍ରସଙ୍ଗରେ ୫ରୁ ୧୫ ନଭେମ୍ବର ମଧ୍ୟ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ । ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ସର୍ବସାଧାରଣରେ ପ୍ରଶ୍ନ ଉଠାଯାଉଥିଲା । ଯାହାକୁ ନେଇ କଂଗ୍ରେସ୍‌ ନେତା ରଣଦୀପ ସୁରଜେୱାଲା ସଫେଇ ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ବେଳେବେଳେ ଆଧ୍ୟାତ୍ମିକ ଯାତ୍ରା କରିଥାନ୍ତି । ବର୍ତ୍ତମାନ ସେ ଆଧ୍ୟାତ୍ମିକ ଯାତ୍ରାରେ ଥିବା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*