ରାହୁଲଙ୍କୁ ନେଇ ଚର୍ଚ୍ଚାରେ ଥିଲେ ପଞ୍ଜାବ ବିଧାୟକଙ୍କ ପତ୍ନୀ ବନିବେ ଅଦିତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ରାୟବରେଲି

କଂଗ୍ରେସର ଗଡ଼ ରାୟବରେଲିରେ ଦଳର ଧାରା ବିରୋଧରେ ଯାଇ କାମ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସଦର ବିଧାୟକ ଅଦିତି ସିଂ ଏବେ ପୁଣି ଚର୍ଚ୍ଚାରେ । କିଛି ମାସ ତଳେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ବିବାହ ହେଉଥିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହା ବଡ଼ ଭାଇରାଲ ହୋଇଥିଲା । ମାତ୍ର ପରେ ଅଦିତିଙ୍କ ପରିବାର ଏହାକୁ ଖନ୍ଦନ କରିଥିଲେ । ହେଲେ ଏବେ ଅଦିତି ଚର୍ଚ୍ଚାକୁ ଆସିବାର କାରଣ ହେଉଛି ସେ ବିବାହ କରିବାକୁ ଯାଉଛନ୍ତି ।
ରାୟବରେଲି ସଦରର କଂଗ୍ରେସ ବିଧାୟକ ଆଦିତି ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସୈନିଙ୍କୁ ୨୧ ତାରିଖରେ ନୂଆଦିଲ୍ଲୀରେ ବିବାହ କରିବେ । ସେମାନଙ୍କର ଏହି ସମ୍ପର୍କ ଅଦିତିଙ୍କ ବାପା ପୂର୍ବ ବିଧାୟକ ସ୍ୱର୍ଗତଃ ଅଖିଳେଶ ସିଂ ସ୍ଥିର କରିଥିଲେ । ସେମାନଙ୍କ ରିସେପସନ୍‌ ଚନ୍ଦିଗଡରେ ୨୩ରେ ହେବ ।
ବଡ଼ କଥା ହେଉଛି ଅଙ୍ଗଦ ଏବଂ ଅଦିତି ଦୁହେଁ ୨୦୧୭ରେ ପ୍ରଥମ ଥର ପାଇଁ ବିଧାୟକ ବିନିଥିଲେ ଏବଂ ରାଜନୀତି ସେମାନଙ୍କୁ ଉତ୍ତରାଧିକାରୀ ଭାବେ ମିଳିଥିଲା । ୨୦୧୭ରେ ଅଙ୍ଗଦ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସହିଦ ଭଗତନଗର ବିଧାନସଭା କ୍ଷେତ୍ରରୁ ଜିତିଥିଲେ । ଅଙ୍ଗଦ ସ୍ୱର୍ଗତଃ ଦିଲବାଗ ସିଂଙ୍କ ପରିବାର ଅଟନ୍ତି । ଦିଲବାଗ ରେକର୍ଡ ୬ ଥର ନମ୍ବା ସହରର ଆସନରୁ ବିଜୟଲାଭ କରିଥିଲେ । ଅଦିତି ଉତ୍ତରପ୍ରଦେଶର ସବୁଠୁ ଯୁବ ବିଧାୟିକା ଅଟନ୍ତି । ତାଙ୍କ ବାପା ବିଭିନ୍ନ ଦଳରୁ ୫ଥର ରାୟବରେଲି ସଦରରୁ ବିଧାୟକ ବନିଥିଲେ । ଅଦିତିଙ୍କ ନିର୍ବନ୍ଧ ଗତବର୍ଷ ଡିସେମ୍ବରରେ ଅଙ୍ଗଦଙ୍କ ସହ ହୋଇଥିଲା । ପୁରୁଣା ଫଟୋରେ ଅଙ୍ଗଦଙ୍କୁ ଅଦିତିଙ୍କ ବାପା ସ୍ୱାଗତ କରୁଥିବା ଦେଖାଯାଉଛି । ଅଦିତି କହିଛନ୍ତି ଯେ, ଏହି ବିବାହ ମୋ ବାପା ସ୍ଥିର କରିଥିଲେ । ଉଭୟଙ୍କ ବିବାହ ଉତ୍ସବରେ ଦଳର ବରିଷ୍ଠ ରାଜନେତାଙ୍କ ସମେତ ପି୍ରୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ସାମିଲ ହେବେ ବୋଲି କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*