ରାସ୍ତା ପାଲଟିଛି ଗାଡ଼ିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନୟାହାଟ

ନୟାହାଟ ନାଗପୁର ରାସ୍ତାର ପଲ୍ଲୀଛକଠାରେ ରାସ୍ତାରେ ଏକ ଗାଡ଼ିଆ ସୃଷ୍ଟି ହୋଇଥିବାର ଭ୍ରମ ସୃଷ୍ଟି କରୁଛି । ରାସ୍ତାରେ ବର୍ଷାଜଳ ୩ ଫୁଟ ଉଚ୍ଚର ଜମି ରହୁଛି । ଯାହା ଫଳରେ ଲୋକମାନେ ଯିବା ଆସିବା ବେଳେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୟାହାଟ ନାଗପୁର ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ଥିବା ବେଳେ ରାସ୍ତାର ଅବସ୍ଥା ସମ୍ପର୍କରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଉକ୍ତ ଖାଲକୁ ମରାମତି କରାଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଦୀର୍ଘ ୨ ବର୍ଷ ହେଲା ଗୋପ ବ୍ଲକକୁ ସଂଯୋଗ କରୁଥିବା ନୟାହାଟ ଅଞ୍ଚଳର ୬ଟି ପଞ୍ଚାୟତର ମୁଖ୍ୟ ପିଚୁ ରାସ୍ତା ଏବେ ଗାଡିଆରେ ପରିଣତ ହୋଇଛି । ପଲ୍ଲୀଛକ ବଜାରର ସମ୍ପାଦକ ପ୍ରକାଶଚନ୍ଦ୍ର ବାରିକ, ସରପଞ୍ଚ କମଳାକାନ୍ତ କୁଅଁର, ଯୁବନେତା ସନ୍ତୋଷ ରାଉତ କହିଥିଲେ ଯେ ଯଦି ରାସ୍ତା ମରାମତି କରାନଯାଏ ତେବେ ଜନଆନେ୍ଦାଳନ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*