ରାସ୍ତା ଉପରେ ମାଣବସା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଆଉ ଘରେ ଓଷାବାର କରିବାକୁ ଆମ ଓଡ଼ିଆ ଘରର ଘରଣୀମାନଙ୍କୁ ଆଦୌ ଭଲ ଲାଗୁନି । ସେହି ଏକା କଥା । ଠାକୁର ଘର ଫୁଲରେ ସଜାଅ । ଭୋରୁ ଉଠ । ଘର-ଦୁଆର ଝାଡୁ କରି ଗାଧାଅ । ଆଉ ଯଦି ଗୁରୁବାର ହୋଇଥାଏ, ତାହା ପୁଣି ମଗୁଶୀର ମାସ, ତେବେ ତ ଆହୁରି ଝଂଝଟ । ରାତିରେ ଝୋଟି ଦିଅ । ସକାଳେ ମାଣ ବସାଅ । ଲକ୍ଷ୍ମୀପୂଜା କର । ବଳରାମ ଦାସଙ୍କ ଚଟି ଲକ୍ଷ୍ମୀପୁରାଣ ବହି ପଢ ।
ଏବେ ଯୁଗ ବଦଳିଗଲାଣି । ରାସ୍ତା ଉପରେ ମାଣବସା ଗୁରୁବାର କଲେ, ତାହାର ଯଉଁ ପରମ ଫଳ ମିଳିବ, ସେ ଫଳ କ’ଣ ଘରେ ମିଳିପାରିବ କି?
କିଛିବର୍ଷ ହେଲା ଦେଖି ଆସୁଥିଲୁ ଯେ, ଦାବି ପୂରଣ ପାଇଁ ଶିକ୍ଷୟତ୍ରୀ ମାନେ ରାଜଧାନୀକୁ ଆସୁଥିବା ସମୟରେ ମଗୁଶୀର ଗୁରୁବାର ଦିନ ରାସ୍ତା ଉପରେ ମାଣବସା ଗୁରୁବାର କରୁଥିଲେ । ଏଥର ପାଳି ପଡିଛି ସ୍ୱାସ୍ଥ୍ୟ ସହାୟିକାଙ୍କର । ସେମାନେ ବି ରାସ୍ତା ଉପରେ ଝୋଟି ପକାଇ, କଳସ ବସାଇ, ଗେଣ୍ଠୁମାଳ ଲଗାଇ ମାଣବସା ଗୁରୁବାର ପାଳିଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗରେ ଏମିତି ବହୁ ପର୍ବ-ପର୍ବାଣୀ ପାଳିତ ହେଉଥିବାର ଉଦାହରଣ ବଢି ବଢି ଚାଲିଲାଣି । ଏଣିକି ଗାଁ ଗଣ୍ଡାର ଗୃହିଣୀମାନେ ରାସ୍ତା ଉପରେ ବି କରିପାରନ୍ତି ଲକ୍ଷ୍ମୀପୂଜା, ସରସ୍ୱତୀ ପୂଜା, ଗଣେଶ ପୂଜା ଓ ସୁଦଶା ବ୍ରତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*