ରାସ୍ତାରୁ ହୋଇ ପାରୁନି ଜଳ ନିଷ୍କାସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ନାଉଗାଁ

ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପଞ୍ଚାୟତର କାନୁନଗୋ ସାହି ରାସ୍ତାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ସାମାନ୍ୟ ବର୍ଷାରେ ଗାଁର ମୁଖ୍ୟ ରାସ୍ତାରେ ପାଣି ଜମି ରହୁଥିବା ଦେଖାଯାଉଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଗାଁ ଦେଇ ଯାଇଥିବା ମୁଖ୍ୟରୁ ବିଭିନ୍ନ ସାହିକୁ କଂକ୍ରିଟ ରାସ୍ତା ସଂଯୋଗ କରାଯାଇଛି । ବିଭିନ୍ନ ସ୍ଥାନରେ ଘର ନିର୍ମାଣ ଫଳରେ ଜଳ ନିଷ୍କାସନର ପଥରୋଧ ହୋଇଯାଇଛି । ରାସ୍ତା ନିର୍ମାଣ ବେଳେ ବିଭାଗୀୟ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବ ଯୋଗୁଁ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା କରାଯାଇ ନାହିଁ । ଚାରି ପାଶ୍ୱର୍ରେ ରାସ୍ତା ଥିବା ବେଳେ ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଥିବାର ଦେଖିବାକୁ ମିଳୁଛି । ଏହି ଗ୍ରାମ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନାଉଗାଁ-ଡାବର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣ ହୋଇଛି । ଏହି ରାସ୍ତାରେ ପ୍ରତ୍ୟେହ ଯାତ୍ରୀବାହୀ, ମାଲବାହି ଗାଡି ଯିବା ସହିତ ପଥଚାରୀମାନେ ଯିବା ଆସିବା କରିଥାନ୍ତି । ରାସ୍ତାକୁ ଦିର୍ଘ ଦିନ ହେବା ମରାମତି କରାଯାଇ ନାହିଁ । ରାସ୍ତା ଉପରେ ଥିବା କଂକ୍ରିଟରୁ ଗୋଡି ଉଠି ଖାଲଖମାରେ ପରିଣତ ହୋଇଛି । ଉକ୍ତ ରାସ୍ତା ଦେଇ ତିରୁଣା,ଡାବର, ଡେରିକି, ନାଉଗାଁ ପଞ୍ଚାୟତର ଅଧିକାଂଶ ଗ୍ରାମର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*