ରାମ ମନ୍ଦିର ସ୍ଥଳ ସମତଳୀକରଣବେଳେ ମିଳିଲା ବହୁ ପୁରାତନ ଅବଶେଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ଆରମ୍ଭ ହେଉଛି । ଏହା ମଧ୍ୟରେ ରାମ ମନ୍ଦିର ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ସମତଳୀକରଣ କାର୍ଯ୍ୟ ଅବସରରେ କିଛି ଐତିହାସିକ ଅବଶେଷ ମିଳିଛି । ଏହି ଅବଶେଷ ଗୁଡିକ ମଧ୍ୟରେ ଅତ୍ୟନ୍ତ ପୁରାତନ ଖମ୍ବ, ଶିବଲିଙ୍ଗ, ଅମଳକ, କଳସ ଏବଂ ଦ୍ୱାରବନ୍ଧ ଆଦି ସାମିଲ୍‌ ଅଛି । ଏଠାରେ ଯେଉଁ ଶିବ ଲିଙ୍ଗ ମିଳିଛି, ତାହାର କୁବର ତିଲାସ୍ଥିତ ଶିବଲିଙ୍ଗ ସହ ଅନେକ ସାମଞ୍ଜସ୍ୟ ରହିଛି ବୋଲି ଶ୍ରୀରାମ ଚନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସଚିବ ଚମ୍ବତ ରାୟ ସୂଚନା ଦେଇଛନ୍ତି । ୫ ଫୁଟର ଶିବ ଲିଙ୍ଗ ବ୍ୟତୀତ କଳା ପଥରର ୭ଟି ଖମ୍ବ, ନାଲି ପଥରର ୬ଟି ଖମ୍ବ ଏବଂ ଦେବାଦେବୀଙ୍କ ପ୍ରତିମୂର୍ତ୍ତିର ଭଗ୍ନାବଶେଷ ମିଳିଥିବା ମଧ୍ୟ ଜଣାପଡିଛି । ପ୍ରକାଶ ଥାଉ କି, ଗତ ୧୦ ଦିନ ହେଲା ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିବା ପରେ ରାମଲାଲା ଜନ୍ମଭୂମି ସ୍ଥଳରୁ ବିଭିନ୍ନ ଭଗ୍ନାବଶେଷକୁ ହଟାଇ ଏହାକୁ ସମତଳ କରାଯିବା କାର୍ଯ୍ୟ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*