ରାମ ମନ୍ଦିର ପାଇଁ ପ୍ରସ୍ତୁତ ହେଉଛି ୨୧୦୦କିଲୋର ଘଣ୍ଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଲକ୍ଷ୍ନୌ
ରାମ ମନ୍ଦିରକୁ ନେଇ ସୁପି୍ରମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଏବେ ଉତ୍ତରପ୍ରଦେଶର ଜଲେସର ଠାରେ ଘଣ୍ଟି ତିଆରି କାର୍ଯ୍ୟ ଜୋର ଧରିଛି । ପୂର୍ବରୁ ଗୋଟିଏ ଘଣ୍ଟି ପାଇଁ ଅର୍ଡର ମିଳିଥିଲା । ଏବେ ଏପରି ୧୦ଟି ଘଣ୍ଟି ପାଇଁ କାମ ଚାଲିଛି ।
ଗୋଟିଏ ଘଣ୍ଟିର ଓଜନ ୨୧୦୦କିଲୋଗ୍ରାମ ଥିଲା ବେଳେ ମୂଲ୍ୟ ହେଉଛି ୧୦ଲକ୍ଷ ଟଙ୍କା । ପିତ୍ତଳ ଓ ଅନ୍ୟ ଧାତୁରେ ଏହି ଘଣ୍ଟିକୁ ତିଆରି କରାଯାଉଛି । ଘଣ୍ଟି ପାଇଁ ଅର୍ଡର ଆସିବାକୁ ଥିବାରୁ ଏବେ ଅଧିକରୁ ଅଧିକ କାରିଗରଙ୍କୁ ନିଯୁକ୍ତି ଦିଆଯାଇଛି । ଘଣ୍ଟି ତିଆରି କରୁଥିବା କାରଗରଙ୍କ କହିବା ଅନୁସାରେ ଯେଉଁ ଘଣ୍ଟି ତିଆରି ହେଉଛି ତାହାର ଉଚ୍ଚତା ୬ ଫୁଟ ଏବଂ ଚଉଡା ୫ ଫୁଟ୍‌ ଅଟେ । ମୁଖ୍ୟ କାରିଗର ଦାଉଦୟାଲ କୁଶବାହ କହିଛନ୍ତି ଆମକୁ ବର୍ତ୍ତମାନ ସୁଦ୍ଧା ଅର୍ଡର ମିଳିନାହିଁ,ହେଲେ ଫୋନ୍‌ରେ କୁହାଯାଇଛି ଟ୍ରଷ୍ଟ ବନିବା ପରେ ଅର୍ଡର ଦିଆଯିବ । ଆପଣମାନେ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*