ରାମ ମନ୍ଦିର ନିର୍ମାଣ ନେଇ ବଢୁଛି ଉତ୍ସୁକତା ଅଢେଇ ବର୍ଷରେ ପୂରା ହୋଇପାରେ, ଖର୍ଚ୍ଚ ହେବ ୧୦୦କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

୭୦ବର୍ଷର ଆଇନଗତ ଲଢେଇ ପରେ ଶନିବାର ସୁପି୍ରମକୋର୍ଟ ରାମମନ୍ଦିର ନିର୍ମାଣ ସପକ୍ଷରେ ରାୟ ଦେଇଛନ୍ତି । ଏହି ରାୟ ପରେ ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, ମନ୍ଦିର ନିର୍ମାଣ କେତେ ସମୟ ଭିତରେ ପୂରା ହେବ? ମନ୍ଦିର ନିର୍ମାଣକୁ ନେଇ ସାଧାରଣରେ ମଧ୍ୟ ବଢୁଛି ଉତ୍ସୁକତା ।
ବିଶ୍ୱ ହିନ୍ଦୁପରିଷଦ ପକ୍ଷରୁ ୩୦ ବର୍ଷ ପୂର୍ବରୁ ଗୁଜୁରାଟର ଆର୍କିଟେକ୍ଟ ଚନ୍ଦ୍ରକାନ୍ତ ଭାଇ ସୋମପୁରାଙ୍କ ଦ୍ୱାରା ରାମମନ୍ଦିରର ମଡେଲ ବନାଯାଇଥିଲା । ସୁପି୍ରମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଚନ୍ଦ୍ରକାନ୍ତ ଭାଇ କହିଛନ୍ତି ଯେ, ମନ୍ଦିର ନିର୍ମାଣ ପାଇଁ ୫୦ପ୍ରତିଶତ କାମ ଶେଷ ହୋଇଯାଇଛି । ଯଦି ୨୦୦ଜଣ କାରିଗର ଦୈନିକ ୧୦ଘଣ୍ଟା ଲେଖାଏଁ କାମ କରନ୍ତି ତେବେ ଏହା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ । ଗୁଜୁରାଟରେ ରହୁଥିବା ଚନ୍ଦ୍ରକାନ୍ତଙ୍କ ପରିବାର ପିଢି ଧରି ପିଢି ମନ୍ଦିର ଡିଜାଇନ୍‌ କରିଆସୁଛନ୍ତି । ତାଙ୍କ ପରିବାର ସୋମନାଥ ମନ୍ଦିରର ଡିଜାଇନ୍‌ କରିଥିଲା ବେଳେ ଲନ୍ଦନରେ ସ୍ୱାମୀ ନାରାୟଣ ମନ୍ଦିରକୁ କେବଳ ୨ ବର୍ଷରେ ତିଆରି କରିଥିଲେ ।
ଚନ୍ଦ୍ରକାନ୍ତ କହିଛନ୍ତି ଯେ, ଆମ କାମ ଦେଖିବା ପରେ ୩୦ ବର୍ଷ ପୂର୍ବରୁ ବିଶ୍ୱ ହିନ୍ଦୁପରିଷଦ ଆମ ସହ ସମ୍ପର୍କ କରିଥିଲା । ଅଶୋକ ସିଙ୍ଘଲ ଆମକୁ ମନ୍ଦିରର ମଡେଲ ବନାଇବା ପାଇଁ କହିଥିଲେ । ମନ୍ଦିରର ଡିଜାଇନ୍‌ ତିଆରି କରିବା ପାଇଁ ଆମକୁ ୬ ମାସ ସମୟ ଲାଗିଥିଲା । ଆମେ ୬ଟି ଭିନ୍ନ ଭିନ୍ନ ଡିଜାଇନ୍‌ ପ୍ରସ୍ତୁତ କରିଥିଲୁ । ପରେ ସିଙ୍ଘଲ ଏବଂ ତାଙ୍କ ଟିମ୍‌ ନାଗର ଶୈଳୀରେ ପ୍ରସ୍ତୁତ ଡିଜାଇନକୁ ପସନ୍ଦ କରିଥିଲେ । ସେ କହିଛନ୍ତି ଯେ, ଭାରତରେ ମନ୍ଦିର ତିନୋଟି ଶୈଳୀରେ ବନାଯାଏ । ଏହା ହେଉଛି ନାଗର,ଦ୍ରାଭିଡ ଏବଂ ବୈଷର ଶୈଳୀ । ରାମମନ୍ଦିର ନାଗର ଶୈଳୀରେ ବନାଯିବ, ଏହି ଶୈଳୀ ଉତ୍ତର ଭାରତରେ ପ୍ରଚଳିତ । ଏହି ଶୈଳୀର ମନ୍ଦିରର ବିଶେଷତା ହେଉଛି ଏହାର ଭିତ୍ତିଭୂମୀ ଠାରୁ ଚୂଳ ପର୍ଯ୍ୟନ୍ତ ଏହା ଚର୍ତୁକୋଣୀୟ । ରାମମନ୍ଦିର ଡିଜାଇନ୍‌ ସ୍ୱତନ୍ତ୍ର ଅଟେ । ଏହାର ପରିକ୍ରମା ବୃତ୍ତାକାର ହେବାକୁ ଥିଲା ବେଳେ ଗର୍ଭଗୃହ ଅଷ୍ଟକୋଣୀୟ ହେବ । ଦୁଇମହଲା ମନ୍ଦିରରେ ଭୂତଳରେ ମନ୍ଦିର ଏବଂ ଉପର ମହଲାରେ ରାମ ଦରବାର ରହିବ । ୧୫୦ଫୁଟ୍‌ ଚଉଡା, ୨୭୦ ଫୁଟ୍‌ ଲମ୍ବା ଏବଂ ୨୭୦ ଫୁଟ୍‌ ଉଚ୍ଚ ବୁବନ୍ଧ ଆକାରରେ ମନ୍ଦିର ରହିବ । ସିଂହଦ୍ୱାର, ନୃତ୍ୟ ମନ୍ଦପ, ରଙ୍ଗ ମନ୍ଦପ ସହ ଗର୍ଭଗୃହର ସୁନ୍ଦର ପ୍ରବେଶ ଦ୍ୱାର ରହିବ । ମନ୍ଦିରରେ ୨୨୧ସ୍ତମ୍ଭ ରହିବାକୁ ଥିଲା ବେଳେ ପ୍ରତି ସ୍ତମ୍ଭରେ ଦେବୀ ଦେବତାଙ୍କ ୧୨ ଆକୃତି ରହିବ । ମନ୍ଦିରରେ ସନ୍ଥ ନିବାସ, ଗବେଷଣା କେନ୍ଦ୍ର, କର୍ମଚାରୀ ବାସଭବନ, ଭୋଜନାଳୟ ଆଦି ମଧ୍ୟ ରହିବ ।
ଚନ୍ଦ୍ରକାନ୍ତ କହିଛନ୍ତି ୫୦ ପ୍ରତିଶତ କାମ ଶେଷ ହୋଇସାରିଛି । ସାମାନ୍ୟ ସ୍ଥିତିରେ ଯଦି ମନ୍ଦିର ନିର୍ମାଣ କରାଯାଏ ତେବେ ଅଢେଇ ରୁ ତିନିବର୍ଷ ଲାଗିବ । ରାମ ମନ୍ଦିର ତିଆରିରେ ଲୁହାର ବ୍ୟବହାର କରାଯିବ ନାହିଁ । ନିର୍ମାଣ ବାବଦରେ ପାଖାପାଖି ୧୦୦ କୋଟି ଖର୍ଚ୍ଚ ଆସିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*