ରାମ ଜନ୍ମଭୂମି-ବାବି୍ର ମସଜିଦ୍‌ ଜମି ବିବାଦ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆଜି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଭାରତର ଇତିହାସରେ ଶନିବାର ଏକ ଗୁରୁତ୍ୱପୂୂର୍ଣ୍ଣ ଦିବସ ଭାବେ ଲିପିବଦ୍ଧ ହେବାକୁ ଯାଉଛି । ବିଗତ ଅନେକ ବର୍ଷରୁ ବଡ଼ ବିବାଦର ରୂପ ନେଇ ଆସିଥିବା ଅଯୋଧ୍ୟାର ରାମ ଜନ୍ମଭୂମି-ବାବି୍ର ମସଜିଦ ବିବାଦୀୟ ଜମି ମାମଲାର ଚୂଡାନ୍ତ ରାୟ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିବାକୁ ଯାଉଛନ୍ତି । ଶନିବାର ସକାଳ ସାଢେ ୧୦ ସମୟରେ ଏହି ଅତ୍ୟନ୍ତ ସମ୍ବେଦନଶୀଳ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇବ । ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ସମସ୍ତଙ୍କୁ ହତଚକିତ କରି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଖବର ପ୍ରଦାନ କରାଯାଇଥିଲା ଯେ, ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଚୂଡାନ୍ତ ରାୟ ଶନିବାର ପ୍ରକାଶ ପାଇବ ବୋଲି । ପୂର୍ବରୁ ଅନୁମାନ ଲଗାଯାଉଥିଲା ଯେହେତୁ ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅବସର ନେଉଛନ୍ତି । ତେଣୁ ତାଙ୍କ ଅବସର ଦିନ ପାଖାପାଖି ସମୟ ଅଯୋଧ୍ୟା ଜମି ବିବାଦର ଫଇସଲା ରାୟ ପ୍ରଦାନ କରାଯିବ ବୋଲି । ହେଲେ ସମସ୍ତଙ୍କୁ ଚକିତ କରି ଛୁଟିର ଦିନରେ ଚୂଡାନ୍ତ ରାୟ ପ୍ରକାଶ ନିମନ୍ତେ ପ୍ରଧାନ ବିଚାରପତି ନିଷ୍ପତ୍ତି ନେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖନ୍ଦପୀଠ ଲଗାତାର ୪୦ ଦିନ ଏହି ମାମଲାର ଶୁଣାଣି କରିଥିଲେ । ଅକ୍ଟୋବର ୧୬ ତାରିଖରେ ଶେଷ ଶୁଣାଣି ପରେ ଖନ୍ଦପୀଠ ନିଜ ରାୟ ସଂରକ୍ଷିତ ରଖିଥିଲେ ।
ଅଯୋଧ୍ୟା ଜମି ବିବାଦର ଚୂଡାନ୍ତ ରାୟ ଆସିବା ସମ୍ଭାବନାକୁ ଦେଖି ଗତ କିଛି ଦିନ ଧରି ଅଯୋଧ୍ୟା ସମେତ ଉତ୍ତରପ୍ରଦେଶର ସମସ୍ତ ସ୍ପର୍ଶକାତର ଅଞ୍ଚଳ ସାଙ୍ଗକୁ ଦେଶର ବହୁ ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେନ୍ଦ୍ର ସରକାର ମଧ୍ୟ ସମସ୍ତ ରାଜ୍ୟକୁ ସୁରକ୍ଷା ବ୍ୟବସ୍ଥାରେ ଅଧିକ ମଜବୁଦ କରିବାକୁ ଦେଇଛନ୍ତି ନିଦେ୍ର୍ଦଶ । ରାୟ ଆସିବାକୁ ଥିବା କାରଣରୁ ଶନିବାର ଓ ସୋମବାର ଉତ୍ତରପ୍ରଦେଶର ସମସ୍ତ ସ୍କୁଲ କଲେଜ ସାଙ୍ଗକୁ ଅନ୍ୟ ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବାର ଆଦେଶ ଶୁକ୍ରବାର ବିଳମ୍ବିତ ରାତିରେ ନିଆଯାଇଛି ।
ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସଏ ବୋବଡେ, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଅବଦୁଲ ନଜିରକୁ ନେଇ ଗଠିତ ସାମ୍ବିଧାନିକ ଖନ୍ଦପୀଠ ଶନିବାର ସକାଳ ସାଢେ ୧୦ଟାରେ ରାୟ ଶୁଣାଇବେ ବୋଲି ଆନୁଷ୍ଠାନିକ ଘୋଷଣା କରାଯାଇଛି । ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟଙ୍କ ପକ୍ଷରୁ ଏହି ଜମି ବିବାଦ ଉପରେ ଯେଉଁ ରାୟ ପ୍ରଦାନ କରାଯାଇଥିଲା ତାହା ବିରୋଧରେ ଏକାଧିକ ସଙ୍ଗଠନ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ଏହାର ଶୁଣାଣି ପାଇଁ ଏବର୍ଷ ପ୍ରାରମ୍ଭରେ ସାମ୍ବିଧାନିକ ଖନ୍ଦପୀଠର ଗଠନ ପ୍ରଧାନ ବିଚାରପତି କରିଥିଲେ । ଆହ୍ଲାବାଦ ହାଇକୋର୍ଟ ତାଙ୍କ ରାୟରେ ବିବାଦୀୟ ୨.୭୭୧ ଏକର ଅଯୋଧ୍ୟା ଜମିକୁ ଠିକ ୩ ଭାଗରେ ବିଭକ୍ତ କରି ନିମୋହୀ ଆଖଡା, ରାମଲାଲ୍ଲା ବିରାଜମାନ ଏବଂ ସୁନ୍ନି ୱାକପ ବୋର୍ଡକୁ ପ୍ରଦାନ କରିବାକୁ କହିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କରାଯାଇଥିଲା । ୧୫୨୮ ମସିହାରେ ମୋଗଲ ସମ୍ରାଟ ବାବରଙ୍କ କମାନ୍ଦର ମୀର ବାକି ବାବି୍ର ମସଜିଦର ନିର୍ମାଣ କରାଇଥିଲେ । ୧୮୮୫ ମସିହାରେ ମହନ୍ତ ରଘୁବୀର ଦାଶ ଫ÷ଇଜାବାଦର ଜିଲ୍ଲା ଅଦାଲତରେ ଲଗାଇଥିଲେ ଅପିଲ । ୧୯୪୯ ମସିହାରେ ରାମଲାଲ୍ଲାଙ୍କ ମୂର୍ତ୍ତି ବିବାଦୀୟ ଜମି ବାହାରେ ସ୍ଥାପନ କରାଯାଇଥିଲା । ୧୯୫୦ ମସିହାରେ ରାମଲାଲ୍ଲାଙ୍କୁ ପୂଜା କରିବାର ଅଧିକାର ପାଇବାକୁ ଫ÷ଇଜାବାଦ ଅଦାଲତାରେ ହୋଇଥିଲା ଅପିଲ । ସେହି ବର୍ଷ ପରମହଂସ ରାମଚନ୍ଦ୍ର ଦାସ ପୂଜା ଜାରି ରଖିବାକୁ ମଧ୍ୟ ଏକ ମାମଲା ରୁଜୁ କରିଥିଲେ । ୧୯୫୯ ମସିହାରେ ନିମୋହୀ ଆଖଡା ଏହି ଜମିକୁ ନିଜ ନିୟନ୍ତ୍ରଣରେ ନେବାକୁ ଆଉ ଏକ ଅପିଲ ଲଗାଇଥିଲେ । ଏହିପରି ଭାବରେ ଦୀର୍ଘ ବର୍ଷରୁ ଏହି ବିବାଦୀୟ ଜମି ମାମଲା ଚାଲି ଆସିଛି । ଲମ୍ବା ୪୦ ଦିନର ଶୁଣାଣି ପୂର୍ବରୁ ଏହାର ସମାଧାନ ସକାଶେ ମଧ୍ୟସ୍ଥତାର ବାଟ ବାହାର କରିବା ଲାଗି ସୁପ୍ରିମକୋର୍ଟ ଏକ ୩ ଜଣିଆ କମିଟି ମଧ୍ୟ ଗଠନ କରିଥିଲେ । ଏହି ବହୁ ପ୍ରତିକ୍ଷିତ ତଥା ସମ୍ବେଦନଶୀଳ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଦେଶରେ ଯେପରି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସକାଶେ ବିଭିନ୍ନ ଧର୍ମୀୟ ସଙ୍ଗଠନର ନେତାମାନେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*