ରାଫେଲ ରାୟକୁ ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ସୁପ୍ରିମକୋର୍ଟ ଗୁରୁବାର ରାଫେଲ ଡିଲ୍‌ର ଯାଞ୍ଚ ପାଇଁ ଆଗତ ଆବେଦନକୁ ଖାରଜ କରିବା ପରେ ମଧ୍ୟ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଆରୋପପ୍ରତ୍ୟାରୋପର ଧାରା ବନ୍ଦ ହୋଇନାହିଁ । ଗୋଟିଏପଟେ ଭାଜପା ରାଫେଲ ଡିଲ୍‌ ନେଇ ପ୍ରଶ୍ନ ଉଠାଇଥିବା ଲୋକେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିବାବେଳେ କଂଗ୍ରେସ ଏବେ ଉକ୍ତ ଡିଲର ଜେପିସି ତଦନ୍ତ ହେବା ଆବଶ୍ୟକ ବୋଲି କହିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଚାରପତି ଜୋସେଫ୍‌ କରିଥିବା ଏକ ଟିପ୍ପଣୀକୁ ଆଧାର କରି ଟ୍ୱିଟ୍‌ କରିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ତଦନ୍ତର ବହୁ ଦ୍ୱାର ଖୋଲିଦେଇଛନ୍ତି । ରାହୁଲଙ୍କ ବ୍ୟତୀତ କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା ଭାଜପା ଉପରେ ହମଲା କରି, ସେମାନେ ଏବେ ଉତ୍ସବ ମନାଉଛନ୍ତି, ହେଲେ ଏହା ଉତ୍ସବର ସମୟ ନୁହେଁ, ଅଧିକନ୍ତୁ ତଦନ୍ତର ସମୟ ବୋଲି କହିଛନ୍ତି । ରାଫେଲ ମାମଲାରେ ସୁପ୍ରିମକୋର୍ଟ ଅପରାଧିକ ଯାଞ୍ଚର ରାସ୍ତା ଖୋଲିଦେଇଛନ୍ତି । ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କହିଛନ୍ତି ଯେ, ଆମ ହାତ ସାମ୍ବିଧାନିକ ମର୍ଯ୍ୟାଦାରେ ବନ୍ଧା ହୋଇଛି, ହେଲେ ଅନ୍ୟ ଏଜେନ୍ସୀଙ୍କ କ୍ଷେତ୍ରରେ ଏପରି ହୋଇନାହିଁ । ଅତଏବ୍‌ ରାଫେଲ ଡିଲ୍‌ର ଯାଞ୍ଚ ଅନ୍ୟ କୌଣସି ସ୍ୱତନ୍ତ୍ର ଏଜେନ୍ସୀ କରିପାରିବେ ବୋଲି ସୁରେଜୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏହା ସହ ସେ ପୁଣିଥରେ ରାଫେଲ ସହ ଜଡିତ କିଛି ପ୍ରଶ୍ନକୁ ଦୋହରାଇଥିଲେ । ଅଫ୍‌ସେଟ୍‌ କଣ୍ଟ୍ରାକ୍ଟ ମାତ୍ର ୧୨ ଦିନ ପୂର୍ବରୁ ବନିଥିବା କଂପାନୀକୁ କାହିିଁକି ଦିଆଗଲା?, ରାଫେଲ ଜେଟର ଦାମ୍‌ କାହିିଁକି ବ୍ୟଦ୍ଧି କରାଗଲା?, ରାଷ୍ଟ୍ରୀୟ ସୁରକ୍ଷା ସହ କାହିିଁକି ସାଲିସ୍‌ କରାଗଲା?, ଯଦି ଏହା ଜରୁରୀ କ୍ରୟ ଥିଲା, ତେବେ ଗତ ୮ ବର୍ଷରେ ଏହାର ଡେଲିଭରୀ କାହିିଁକି ହୋଇନି? ଏବଂ ୧୨୬ ସ୍ଥାନରେ କାହିିଁକି ୩୬ ରାଫେଲ ଜେଟସ୍‌ କିଣାଗଲା? ବୋଲି ସେ ପ୍ରଶ୍ନ କରିଥିଲେ ।
ଅପରପକ୍ଷରେ, ସୁପ୍ରିମକୋର୍ଟଙ୍କ ଠାରୁ କ୍ଳିନ୍‌ଚିଟ୍‌ ପାଇବାର କିଛି ସମୟ ପରେ ହିଁ କେନ୍ଦ୍ର ମନ୍ତ୍ରୀ ଅମିତ୍‌ ଶାହା, ରବିଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ରାଜନାଥ ସିଂହ ପ୍ରମୁଖ ରାହୁଲ ସରକାରଙ୍କ ଉପରେ ଉଦେ୍ଦଶ୍ୟପ୍ରଣୋଦିତଭାବେ ମିଥ୍ୟାରୋପ ଲଗାଇଥିବା ନେଇ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । “ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସେହି ଲୋକଙ୍କ ପାଇଁ ଜବାବ ଅଟେ, ଯେଉଁମାନେ ଆଧାରହୀନ ଏବଂ ପ୍ରତିଶୋଧପରାୟଣ ପ୍ରଚାରରେ ଜୁଟିଥିଲେ । ଏହି ନିଷ୍ପତ୍ତି ପୁଣିଥରେ ନରେନ୍ଦ୍ର ମୋଦୀ ସରକାର ପାରଦର୍ଶୀ ଏବଂ ଦୁର୍ନୀତିମୁକ୍ତ ହୋଇଥିବା ଉପରେ ମୋହର ଲଗାଇଛି” ବୋଲି ଶାହା କହିଥିଲେ । କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୁପ୍ରିମକୋର୍ଟଙ୍କ ରାୟକୁ ‘ସତ୍ୟର ବିଜୟ’ ହୋଇଥିବା କହିଥିଲେ । ବିରୋଧୀ ଦଳ ନିର୍ବାଚନ ସହ କୋର୍ଟରେ ମଧ୍ୟ ହାରି ଯାଇଛନ୍ତି ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*