‘ରାଧେ’ ଟିମ୍‌ ସହ ନଜର ଆସିଲେ ସଲ୍‌ମାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଲୋକପ୍ରିୟ ଅଭିନେତା ସଲମାନ ଖାନ୍‌ଙ୍କୁ ଏବେ ଦେଖିବାକୁ ମିଳିବ ଫିଲ୍ମ ‘ରାଧେ’ରେ । ପ୍ରଭୁଦେବା ନିଦେ୍ର୍ଦଶିତ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ସଲ୍‌ମାନ ଏସମ୍ପର୍କରେ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଭୁଦେବା, ଦିଶା ପଟାନୀ, ଜ୍ରାକି ଶ୍ରଫ୍‌, ସୋହେଲ୍‌ ଖାନ୍‌, ରଣଦୀପ ହୁଡ୍ଡା ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ସହିତ ନିଜର ଫଟୋକୁ ଶେୟାର କରିଛନ୍ତି । ଏହି ଫଟୋରେ ସମସ୍ତେ କ୍ଳିପ୍‌ବୋର୍ଡ ସହିତ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି । ସଲ୍‌ମାନ ପୋଷ୍ଟ କରିଥିବା ଫଟୋର କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ଔର ସଫର୍‌ ସୁରୁ ହୁଆ.. ହ୍ୟାସ୍‌ଟ୍ୟାଗ୍‌ ରାଧେଇଦ୍‌ ୨୦୨୦’ ।
ଫିଲ୍ମ ‘ରାଧେ’ରେ ପୁଣିଥରେ ସଲମାନ ଜଣେ ପୁଲିସ୍‌ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମ ‘ୱାଣ୍ଟେଡ୍‌’ ପରେ ସଲମାନ ଏହି ନୂଆ ଫିଲ୍ମ ସହିତ ନିଦେ୍ର୍ଦଶକ ପ୍ରଭୁ ଦେବାଙ୍କ ସହିତ ପୁଣି କାମ କରୁଛନ୍ତି । ଫିଲ୍ମରେ ସଲମାନ ଜଣେ ଗୁଇନ୍ଦା ପୁଲିସ୍‌ ଅଧିକାରୀଙ୍କ ଭୂମିକାରେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବାର ଦେଖିବାକୁ ମିଳିବ । ‘ରାଧେ’ ଆସନ୍ତା ବର୍ଷ ଇଦ୍‌ରେ ରିଲିଜ ହେବ । ସଲ୍‌ମାନଙ୍କ ଭାଇ ସୋହେଲ ଖାନ୍‌ ଏହି ଫିଲ୍ମର ନିର୍ମାତ ଅଛନ୍ତି । ସଲ୍‌ମାନ ଫିଲ୍ମ ‘ରାଧେ’ର ନାମକରଣ ବାବଦରେ କହିଛନ୍ତି ଯେ, ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ତେରେ ନାମ’ ଏବଂ ୨୦୦୯ର ‘ୱାଣ୍ଟେଡ୍‌’ ଫିଲ୍ମରେ ସଲ୍‌ମାନଙ୍କ ଭୂମିକାର ନାମ ରାଧେ ରଖାଯାଇଥିଲା, ତେବେ ‘ରାଧେ’ ଫିଲ୍ମଟିର କାହାଣୀ ଏହି ଦୁଇ ଫିଲ୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ତାଙ୍କ ବିପକ୍ଷରେ ଦିଶା ପଟ୍ଟାନୀଙ୍କୁ ଦେଖିବାକୁ ମିଳିବ । ଏହାପୂର୍ବରୁ ଫିଲ୍ମ ‘ଭାରତ’ରେ ଦୁହେଁ ଅଭିନୟ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*