ରାଜ୍ୟ ସରକାରଙ୍କର ଭୁଲ ପାଇଁ ୬.୨୫ ଲକ୍ଷ ଆଦିବାସୀ ବିସ୍ଥାପିତ ହେବେ : ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନବୀନ ସରକାର ଆଦିବାସୀ ବିରୋଧୀ ସରକାର । ଏ ସରକାର କେବଳ ଆଦିବାସୀମାନଙ୍କୁ ନିଜର ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରି ଆସିଛି । ଆଦିବାସୀମାନଙ୍କ ସମସ୍ୟାର ସମାଧାନ ଓ ସେମାନଙ୍କର ଆର୍ଥୀକ ବିକାଶ ପାଇଁ ଏ ସରକାର କିଛି କରିନାହାନ୍ତି ବଂର ଆଦିବାସୀମାନଙ୍କର ସମସ୍ୟାକୁ ଆହୁରି ବଢାଇଛନ୍ତି । ଏବେ ରାଜ୍ୟ ସରକାରଙ୍କର ନିଜର ଭୁଲ ପାଇଁ ରାଜ୍ୟରେ ୬.୨୫ ଲକ୍ଷ ଆଦିବାସୀ ବିସ୍ଥାପିତ ହେବାକୁ ଯାଉଛନ୍ତି । ଗତ ୧୩ ତାରିଖ ଦିନ ସୁପ୍ରିମକୋର୍ଟ ଦେଇଥିବା ନିଦେ୍ର୍ଦଶ ଅନୁସାରେ ଓଡିଶାରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଓ ଅଭୟାରଣ୍ୟ ଭିତରେ ରହୁଥିବା ୧ ଲକ୍ଷ ୪୫ ହଜାର ଆଦିବାସୀ ପରିବାରମାନଙ୍କୁ ଜୁଲାଇ ମାସ ସୁଦ୍ଧା ନିଜ ଭିଟାମାଟି ଛାଡିବାକୁ ହେବ । ଏହି ଅଘଟଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ । ରାଜ୍ୟ ସରକାର ସମ୍ପୃକ୍ତ ଆଦିବାସୀ ପରିବାରମାନଙ୍କୁ ତାଙ୍କ ଜମି ପଟ୍ଟା ଓ ସେମାନେ ସେହି ଯାଗାରେ ୭୫ ବର୍ଷରୁ ଅଧିକ ଦିନଧରି ବାସ କରୁଥିବାର ପ୍ରମାଣ ପତ୍ର ଦେବା କଥା ଯାହା ଆଦିବାସୀମାନଙ୍କର ହକ୍କ ଓ ଅଧିକାର । ହେଲେ ସରକାର ସେହି ଆଦିବାସୀ ପରିବାର ମାନଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କରିଲେ । ଯାହା ଫଳରେ ବର୍ତ୍ତମାନ ୬.୨୫ ଲକ୍ଷ ଆଦିବାସୀ ଅକାରଣରେ ବିସ୍ଥାପିତ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଭାଜପାର ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ସମ୍ପୃକ୍ତ ଆଦିବାସୀ ପରିବାରମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଦେବାରେ ଭାଜପାର ଏକ ପ୍ରତିନିଧି ଦଳ ରାଜ୍ୟ ଉପସଭାପତି ସମିର ମହାନ୍ତିଙ୍କ ନେତୃତ୍ୱରେ ସୋମବାର ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ସରଳ ଆଦିବାସୀମାନେ ସେମାନଙ୍କର ଭିଟ୍ଟାମାଟି ହରାଇବେ ତାହେଲେ ଯେଉଁ ଅଘଟଣ ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ଶ୍ରୀ ମହାନ୍ତି । ରାଜ୍ୟ ସରକାରଙ୍କୁ ୨୦୧୪ରୁ ନିଦେ୍ର୍ଦଶ ମିଳିଥିଲା କି ସଂରକ୍ଷିତ ଜଙ୍ଗଲରେ ରହୁଥିବା ସମ୍ପୃକ୍ତ ସମସ୍ତ ଆଦିବାସୀ ପରିବାରମାନଙ୍କୁ ସେମାନଙ୍କର ଜମି ପଟ୍ଟା ଦିଆକରାଇବା ପାଇଁ । ହେଲେ ରାଜ୍ୟ ସରକାର ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଲେ ନାହିଁ । ଭାରତୀୟ ଜନତା ପାର୍ଟି ସମ୍ପୃକ୍ତ ଆଦିବାସୀ ପରିବାରମାନଙ୍କ ପାଇଁ ଲଢେଇ କରିବ ଓ ସେମାନଙ୍କର ଭିଟ୍ଟାମାଟି ପାଇଁ ଳଢେଇ ଜାରି ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*